Latest Odisha News

BREAKING NEWS

ସ୍ଥଗିତ ହେଲା ପିପିଲି ଉପନିର୍ବାଚନ 

ଭୁବନେଶ୍ୱର: ପିପିଲି ଉପନିର୍ବାଚନକୁ ସୋମବାର ଦିନ ସ୍ଥଗିତ କରିଛନ୍ତି ଭାରତୀୟ ନିର୍ବାଚନ କମିଶନର। କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି।

ପରବର୍ତ୍ତୀ ସମୟରେ ଉପନିର୍ବାଚନ ନେଇ ଏକ ନୂଆ ବିଜ୍ଞପ୍ତି ଜାରି କରାଯିବ ବୋଲି ସୂଚନା ମିଳିଛି। ଏହି ନିର୍ବାଚନ ମେ ୧୬ ତାରିଖରେ ହେବାକୁ ଥିବା ବେଳେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ରିପୋର୍ଟ ଆଧାରରେ ନିଷ୍ପତ୍ତି ହୋଇଛି।

ଏଥିସହିତ ନିର୍ବାଚନର ଆଚରଣ ସଂହିତା ଉଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

Comments are closed.