Latest Odisha News

BREAKING NEWS

ରାଜ୍ୟରୁ ସୁସ୍ଥ ହେଲେ ଆଉ ୬୪୮୮ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ମହାମାରୀ କରୋନା ଆକ୍ରାନ୍ତ ସଂଖ୍ୟା ବଢୁଥିବା ବେଳେ ଆଜି ସୁସ୍ଥ ହୋଇଛନ୍ତି ଆଉ ୬୪୮୮ ସଂକ୍ରମିତ । ଏମାନେ ସୁସ୍ଥ ହେବା ପରେ ସମସ୍ତଙ୍କୁ ହସପିଟାଲରୁ ଡିସଚାର୍ଜ କରାଯାଇଛି । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୧୮୫ ଜଣ ସୁସ୍ଥ ହୋଇଥିବା ବେଳେ, ସୁନ୍ଦରଗଡ଼ରୁ ୭୮୬, ନୂଆପଡ଼ାରୁ ୫୧୪, କଳାହାଣ୍ଡିରୁ ୩୫୮, କଟକରୁ ୩୩୬, ଯାଜପୁରରୁ ୩୨୦, ନବରଙ୍ଗପୁରରୁ ୨୯୨, ଝାରସୁଗୁଡ଼ାରୁ ୨୮୩, ବରଗଡ଼ରୁ ୨୮୨, ବଲାଙ୍ଗିରରୁ ୧୮୯, ପୁରୀରୁ ୧୭୯, ଗଞ୍ଜାମରୁ ୧୭୬, ସମ୍ବଲପୁରରୁ ୧୭୪, ମୟୂରଭଞ୍ଜରୁ ୧୫୮, କେନ୍ଦୁଝରରୁ ୧୫୦, ରାୟଗଡ଼ାରୁ ୧୦୯, ଗଜପତି ଓ ନୟାଗଡ଼ରୁ ୯୩ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି ।

ସେହିପରି ଜଗତସିଂହପୁରରୁ ୮୧, ସୋନପୁରରୁ ୭୫, କୋରାପୁଟରୁ ୬୦, ବାଲେଶ୍ବରରୁ ୫୩, ଅନୁଗୁଳରୁ ୫୨, କେନ୍ଦ୍ରାପଡ଼ାରୁ ୪୬, ଭଦ୍ରକରୁ ୪୧, ଢେଙ୍କାନାଳରୁ ୩୪, ଦେବଗଡ଼ରୁ ୨୭, କନ୍ଧମାଳ ଓ ମାଲକାନଗିରିରୁ ୨୬ ଜଣ ଲେଖାଏଁ, ବୌଦ୍ଧରୁ ୨୪ ଓ ଷ୍ଟେଟ୍ ପୁଲରୁ ୨୬୪ ଜଣ ସୁସ୍ଥ ହୋଇଛନ୍ତି । ଆଜିର ସଂଖ୍ୟାକୁ ମିଶାଇ ରାଜ୍ୟରେ ଏପର୍ଯ୍ୟନ୍ତ ୪ ଲକ୍ଷ ୪ ହଜାର ୬୩ ଜଣ ଆକ୍ରାନ୍ତ ।

Leave A Reply

Your email address will not be published.