Latest Odisha News

BREAKING NEWS

କାଲିଠୁ ମେ’ ୩୧ ଯାଏ ଉଚ୍ଚଶିକ୍ଷା ବିଭାଗର ଖରା ଛୁଟି, ହେବନି ଅନଲାଇନ୍ କ୍ଲାସ୍

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଖରା ଛୁଟି ଘୋଷଣା କରିଛି । ଉଚ୍ଚଶିକ୍ଷା ବିଭାଗ ଅଧିନରେ ଆସୁଥିବା ସମସ୍ତ ଶିକ୍ଷାନୁଷ୍ଠାନ ମେ ୫ ତାରିଖ ବୁଧବାର ଠାରୁ ଖରା ଛୁଟି ପାଇଁ ବନ୍ଦ ରହିବ । ଖରା ଛୁଟି ମେ’ ୩୧ ତାରିଖରେ ସରିବ ।

ଏନେଇ ଉଚ୍ଚଶିକ୍ଷା ବିଭାଗ ସଚିବ ସାଶ୍ୱତ ମିଶ୍ର ସମସ୍ତ ବିଶ୍ୱ ବିଦ୍ୟାଳୟ ସହ ସରକାରୀ ଓ ଘରୋଇ କଲେଜକୁ ଚିଠି ଲେଖିଛନ୍ତି । ଖରା ଛୁଟି ସମୟରେ କୌଣସି ଅନଲାଇନ୍ କ୍ଲାସ ଏବଂ ପରୀକ୍ଷା ହେବ ନାହିଁ । ନିଯୁକ୍ତି ପାଇଁ ପୂର୍ବ ନିର୍ଦ୍ଧାରିତ ଭାଇବା ଏବଂ ଇଣ୍ଟରଭ୍ୟୁ ଜାରି ରହିବ ବୋଲି ଉଚ୍ଚଶିକ୍ଷା ବିଭାଗ ସ୍ପଷ୍ଟ କରିଛି ।

Leave A Reply

Your email address will not be published.