Latest Odisha News

BREAKING NEWS

୮ ଏସିଆନ୍ ସିଂହଙ୍କୁ କରୋନା

ହାଇଦ୍ରାବାଦ: ସାରା ଦେଶରେ କରୋନା ସଂକ୍ରମଣ ବଢୁଥିବା ବେଳେ ଆଉ ଏକ ଘଟଣା ଚିନ୍ତାର ବିଷୟ ପାଲଟିଛି।

ହାଇଦ୍ରାବାଦର ନେହେରୁ ପ୍ରାଣୀ ଉଦ୍ୟାନର ୮ ଟି ଏସିଆନ୍ ସିଂହ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଦେଶରେ ପ୍ରଥମଥର ଲାଗି କେହି ପଶୁ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ସୂଚନା ଅନୁଯାୟୀ, ସାମାନ୍ୟ ଲକ୍ଷଣ ଦେଖାଯିବା ପରେ ନେହେରୁ ପ୍ରାଣୀ ଉଦ୍ୟାନର କର୍ମଚାରୀମାନେ ସିଂହ ମାନଙ୍କର ଆରଟି-ପିସିଆର୍ ପରୀକ୍ଷା କରିଥିଲେ। ଯାହାପରେ ଟେଷ୍ଟ ରିପୋର୍ଟ ପଜିଟିଭ ବାହାରି ଥିଲା। ନିକଟରେ ସେମାନଙ୍କର କାଶ, ନାକରୁ ପାଣି ବୋହିବା ଓ ଖାଇବା କମିଯିବା ଭଳି ଲକ୍ଷଣ ଦେଖାଯାଇଥିଲା।

ପ୍ରାଣୀ ଉଦ୍ୟାନରେ ସିଂହ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସତର୍କତା ଅବଲମ୍ବନ କରାଯାଇଛି। ଏଠାରେ ସର୍ବସାଧାରଣ ପ୍ରବେଶକୁ ବନ୍ଦ କରାଯାଇଛି। ତେବେ ଜୁରେ କାମ କରୁଥିବା ଅନେକ ଲୋକ କରୋନା ପଜିଟିଭ୍ ହୋଇଥିବା ସୁତ୍ରରୁ ପ୍ରକାଶ।

Comments are closed.