Latest Odisha News

BREAKING NEWS

୬ଷ୍ଠ ପର୍ଯ୍ୟାୟରେ ପୁରୀରେ ପହଞ୍ଚିଲା ‌ରଥ କାଠ

ପୁରୀ: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀରେ ଷଷ୍ଠ ପର୍ଯ୍ୟାୟରେ ରଥକାଠ ପହଁଚିଛି।

ସୂଚନା ଅନୁଯାୟୀ ବୌଦ୍ଧ ବନଖଣ୍ଡ ମାଧପୁର ବନାଞ୍ଚଳ ଆଡେଣୀଗଡ଼ ସେକ୍ସନରୁ ଆସିଛି ୧୦୦ଖଣ୍ଡ କାଠ। ଏଥିସହିତ ୪୦ ଫୁଟିଆ ୬୧ଖଣ୍ଡ ଧଉରା ଓ ୩୯ଖଣ୍ଡ ଅସନ କାଠ ଆସିଛି।

ସେହିପରି ବୌଦ୍ଧ ଏବଂ ନୟାଗଡ ବନଖଣ୍ଡରୁ ଷଷ୍ଠ ପର୍ଯ୍ୟାୟରେ ରଥ କାଠ ବୋଝେଇ ଦୁଇଟି ଟ୍ରକ ପୁରୀ ରଥଖଳାରେ ଆସି ପହଞ୍ଚିଥିବା ବେଳେ ସେଥିରେ ମୋଟ ୫୦ ଖଣ୍ଡ କାଠ ଆସିଥିବା ବେଳେ ଏଥିରେ ୪୦ଫୁଟିଆ ଅସନ ୨୦ ଖଣ୍ଡ ଓ ଧଉରା ୩୦ ଖଣ୍ଡ କାଠ ରହିଛି।

ତେବେ ପୂର୍ବରୁ ଦୁଇଟି ଟ୍ରକରେ ମଧ୍ୟ ୫୦ଖଣ୍ଡ କାଠ ଆସିଥିଲା। ଚଳିତବର୍ଷ ରଥଯାତ୍ରା ପାଇଁ ମୋଟ ୮୬୫ ଖଣ୍ଡ କାଠ ଆବଶ୍ୟକ ଥିବାବେଳେ ପୂର୍ବ ବର୍ଷର ୬୯ ଖଣ୍ଡ କାଠ ବଳକା ରହିଛି। ତେଣୁ ଚଳିତ ରଥଯାତ୍ରା ପାଇଁ ୭୯୬ ଖଣ୍ଡ କାଠର ଆବଶ୍ୟକତା ରହିଛି।

୭୯୬ ଖଣ୍ଡ କାଠରୁ ଆଜି ପର୍ଯ୍ୟନ୍ତ ମୋଟ ୨୩୭ ଖଣ୍ଡ ରଥଖଳାକୁ ଆସିଥିବା ବେଳେ କଟକ ଖପୁରିଆ ସ’ମିଲ୍ କୁ ଯାଇଛି ୨୭୬ ଖଣ୍ଡ କାଠ। ମୋଟ ୫୧୩ ଖଣ୍ଡ କାଠ ପହଂଚିଥିବା ବେଳେ ବଳକା ୨୮୩ ଖଣ୍ଡ କାଠ ପର୍ଯ୍ୟାୟ କ୍ରମେ ଆସି ପହଞ୍ଚିବ । ତେବେ ଗତ ସରସ୍ୱତୀ ପୂଜା ଦିନ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ତିନୋଟି କାଠକୁ ପାରମ୍ପରିକ ବିଧିରେ ପୂଜାର୍ଚ୍ଚନା କରାଯାଇଥିଲା।

ଇତିମଧ୍ୟରେ ରାମନବମୀ ଦିନ କଟକ ଖପୁରୀଆ ସ’ମିଲରେ ରଥକାଠ ଚିରଟ ଅନୁକୂଳ ହୋଇଥିବା ବେଳେ ଆସନ୍ତା ଅକ୍ଷୟ ତୃତୀୟା ଦିନ ତିନି ରଥ ନିର୍ମାଣର ଶୁଭାରମ୍ଭ ହେବାର ବିଧି ରହିଛି।

Leave A Reply

Your email address will not be published.