Latest Odisha News

BREAKING NEWS

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨ମୃତ ଓ ୨୦ ଆହତ

ନୂଆପଡା/ଗଞ୍ଜାମ : ରାଜ୍ୟର ନୂଆପଡା ଓ ଗଞ୍ଜାମରେ ଗୁରୁବାର ଦିନ ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ହେବା ସହ ୨୦ ଜଣ ଗୁରୁତର ଆହତ ହୋଇଛନ୍ତି ।

ଗଞ୍ଜାମରେ ଗୁରୁବାର ଦିନ ଦୁର୍ଘଟଣା ଘଟିଥିବା ବେଳେ ନୂଆପଡାରେ ବୁଧବାର ବିଳମ୍ବିତ ରାତିରେ ଏହି ସଡକ ଦୁର୍ଘଟଣା ଘଟିଥିବା ନେଇ ସୁତ୍ରରୁ ପ୍ରକାଶ ।

ମିଳିଥିବା ସୂଚନାନୁଯାୟୀ ନୂଆପଡା ଜିଲ୍ଲା କୋମଣା ବ୍ଲକ୍ ଅନ୍ତର୍ଗତ ଜଲମକଟା ଗ୍ରାମ ନିକଟରେ ବୁଧବାର ବିଳମ୍ବିତ ରାତିରେ ଏକ ବାଇକକୁ ଗୋଟିଏ ଟ୍ରକ୍ ଧକ୍କା ଦେବାରୁ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୨ ଜଣ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଥିଲା ।

ମୃତକଙ୍କ ନାମ ରିଟନ ସିଂହ ଓ ବିବେକାନନ୍ଦ ବାଗ ହୋଇଥିବା ବେଳେ ଦୁହେଁ ବୁଦ୍ଧିିକୋମଣା ଗ୍ରାମର ବାସିନ୍ଦା ବୋଲି ଜଣାପଡିଛି ।

ଅନ୍ୟପକ୍ଷରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲା ।

ସେହିପରି ଭଞ୍ଜନଗର ଥାନା ଅନ୍ତର୍ଗତ କଳିଙ୍ଗ ଘାଟୀ ନିକଟରେ ଏକ ବସ ଭାରସାମ୍ୟ ହରାଇ ଦୁର୍ଘଟଣାଗସ୍ତ ହେବାରୁ ପ୍ରାୟ ୨୦ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି ।

ସମସ୍ତ ଆହତମାନଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ଭଞ୍ଜନଗର ଓ ଜି. ଉଦୟଗିରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.