Latest Odisha News

BREAKING NEWS

କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି, ଏବେ ଆକାଶ ମାର୍ଗରେ କାଶ୍ମୀର ଯିବେ ପାରାମିଲିଟାରୀ ଫୋର୍ସ

ନୂଆଦିଲ୍ଲୀ : ପୁଲୱାମା ଠାରେ ବର୍ବରୋଚିତ ଆତଙ୍କବାଦୀଙ୍କ ଆତ୍ମଘାତୀ ଆକ୍ରମଣ ପରେ ଗୁରୁବାର ଦିନ କେନ୍ଦ୍ର ସରକାର ଯବାନମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏକ ବଡ ନିଷ୍ପତ୍ତି ନେଇଛନ୍ତି ।

ଏହି ନିଷ୍ପତ୍ତି ଅନୁଯାୟୀ ଏବେ କନେଷ୍ଟବଳ ତଥା ଉଚ୍ଚଦପସ୍ଥ ସମସ୍ତ ପାରାମିଲିଟାରୀ ଯବାନ ଏବଂ ଅଫିସର ମାନଙ୍କୁ ବିମାନରେ ଜମ୍ମୁରୁ କାଶ୍ମୀରକୁ ପଠାଯିବ । ଯାହା ଫଳରେ ସେମାନଙ୍କୁ ସୁରକ୍ଷା ପ୍ରଦାନ କରାଯାଇପାରିବ ।

ମିଳିଥିବା ସୂଚନାନୁଯାୟୀ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏହି ମଞ୍ଜୁରୀ ପ୍ରଦାନ କରିଥିବାବେଳେ ଏହା ଦ୍ୱାରା ପାଖାପାଖି ୭ ଲକ୍ଷ ୮୦ ହଜାର ଯବାନ ଉପକୃତ ହେବେ । ଏଥିରେ କନଷ୍ଟେବଳ, ହେଡ୍ କନଷ୍ଟେବଳ ଏବଂ ଏଏସଆଇଙ୍କୁ ମଧ୍ୟ ସାମିଲ କରାଯାଇଛି । ଯେଉଁମାନେ ପୂର୍ବରୁ ଏହି ସୁବିଧାରୁ ବଞ୍ଚିତ ଥିଲେ ।

ଦିଲ୍ଲୀ-ଶ୍ରୀନଗର, ଶ୍ରୀନଗର-ଦିଲ୍ଲୀ, ଜମ୍ମୁ- ଶ୍ରୀନଗର ଓ ଶ୍ରୀନଗରରୁ ଜମ୍ମୁ ସେକ୍ଟରକୁ ଯିବା ପାଇଁ ଯବାନଙ୍କୁ ବିମାନ ସେବା ପ୍ରଦାନ ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ମଞ୍ଜୁରୀ ଦେଇଛି । ଆହୁରି ମଧ୍ୟ ଯବାନମାନେ ଶ୍ରୀନଗରରୁ ଛୁଟିରେ ଯିବା କିମ୍ବା ଛୁଟି ସମାପ୍ତ ପରେ କାର୍ଯ୍ୟକୁ ପ୍ରତ୍ୟାବର୍ତ୍ତନ ସମୟରେ ମଧ୍ୟ ସେମାନେ ବିମାନ ସେବା ସୁବିଧା ପାଇପାରିବେ ।

ଉଲ୍ଲେଖଯୋଗ୍ୟ ଗତ ଫେବୃଆରୀ ୧୪ ତାରିଖରେ ଜମ୍ମୁ-କାଶ୍ମୀର ପୁଲୱାମା ଠାରେ ବର୍ବରୋଚିତ ଆତଙ୍କବାଦୀଙ୍କ ଆତ୍ମଘାତୀ ଆକ୍ରମଣରେ ୪୨ରୁ ଅଧିକ ଯବାନ ସହିଦ ହୋଇଥିଲେ । ଏହି ହୃଦୟ ବିଦାରକ ଘଟଣା ପରେ ସରକାରଙ୍କ ଏଭଳି ନିଷ୍ପତ୍ତି ଦ୍ୱାରା ଯବାନମାନେ ଖୁବ୍ ଉପକୃତ ହେବେ ବୋଲି ସୂଚନା ମଳିଛି ।

Leave A Reply

Your email address will not be published.