Latest Odisha News

BREAKING NEWS

ୟୁକେ G7 ସମ୍ମିଳନୀରେ ୨ ଭାରତୀୟ ପ୍ରତିନିଧୀ କୋଭିଡ୍‌ ପଜିଟିଭ

ନୂଆଦିଲ୍ଲୀ: ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କ ନେତୃତ୍ୱରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀରେ ୨ ଭାରତୀୟ ପ୍ରତିନିଧୀ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି।

ଟ୍ୱିଟରରେ ଏହି ଖବରକୁ ନିଶ୍ଚିତ କରି EAM କହିଛନ୍ତି ଯେ ସେ ଭର୍ଚୁଆଲ୍ ମୋଡ୍ ମାଧ୍ୟମରେ ଏହି ସମ୍ମିଳନୀରେ ଯୋଗଦାନ କରିବେ।

ବ୍ରିଟେନର ବୈଦେଶିକ ସଚିବ ଡୋମିନିକ୍ ରାବଙ୍କ ନିମନ୍ତ୍ରଣ କ୍ରମେ ଜୟଶଙ୍କର ସୋମବାର ଦିନ ଲଣ୍ଡନରେ ପହଞ୍ଚିଛନ୍ତି। ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରୀ ମଧ୍ୟ ଭର୍ଚୁଆଲ ମୋଡ୍‌ରେ ଏହି ସମ୍ମିଳନୀରେ ଯୋଗ ଦେବେ ବୋଲି ଜଣାପଡ଼ିଛି।

Comments are closed.