Latest Odisha News

BREAKING NEWS

ବ୍ୟବସାୟୀଙ୍କ ବିରୋଧ

ବଲାଙ୍ଗିର:ରାଜ୍ୟବ୍ୟାପୀ କରୋନା ସଂକ୍ରମଣ ଯୋଗୁ ଲକ୍ ଡାଉନ୍ । ଏହି ସମୟରେ ବଲାଙ୍ଗିରରେ ଥିବା ଡେଲି ମାର୍କେଟରେ ପରିବା ବିକାଳୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ବଲାଙ୍ଗିର ପୌର ପ୍ରଶାସନ ଦ୍ବାରା ଡେଲି ମାର୍କେଟରେ ଲଗାଯାଇଥିବା ବେରିକେଡ୍ କୁ ବିରୋଧ କରି ପନିପରିବା ବିକାଳୀ ମାନେ ରାସ୍ତା ମଝିରେ ପନିପରିବା ଫିଙ୍ଗି ବିରୋଧ ପ୍ରଦର୍ଶନ କରିଛନ୍ତି ।                                            ଡେଲି ମାର୍କେଟକୁ ସବୁ ଆଡୁ ବାଉଁଶ ବାନ୍ଧି ରାସ୍ତା ବନ୍ଦ କରିଦିଆଯାଇଥିବା ବେଳେ ଲୋକଙ୍କୁ ଗାଡ଼ି ନେଇ ଡେଲି ମାର୍କେଟ୍ ଭିତରକୁ ଯିବାକୁ ଅନୁମତି ଦିଆଯାଇନଥିଲା । ତେବେ ଜନସାଧାରଣଙ୍କ ସହିତ ପରିବା ବିକାଳୀ ମାନଙ୍କୁ ମଧ୍ୟ ଭିତରକୁ ଦିଆଯାଉନଥିବା ଅଭିଯୋଗ କରିଥିଲେ । ପୁଣି ବୁଧବାର ସକାଳୁ ବଲାଙ୍ଗିର ଜିଲ୍ଲା ପ୍ରଶାସନ ତରଫରୁ ଆସି ରାସ୍ତା କଡ଼ରେ ପରିବା ବିକ୍ରି କରିବାକୁ ମନା କରିଥିଲେ ଯାହାକୁ ନେଇ ପରିବା ବିକାଳୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା ।..

Leave A Reply

Your email address will not be published.