ବଲାଙ୍ଗିର:ରାଜ୍ୟବ୍ୟାପୀ କରୋନା ସଂକ୍ରମଣ ଯୋଗୁ ଲକ୍ ଡାଉନ୍ । ଏହି ସମୟରେ ବଲାଙ୍ଗିରରେ ଥିବା ଡେଲି ମାର୍କେଟରେ ପରିବା ବିକାଳୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ବଲାଙ୍ଗିର ପୌର ପ୍ରଶାସନ ଦ୍ବାରା ଡେଲି ମାର୍କେଟରେ ଲଗାଯାଇଥିବା ବେରିକେଡ୍ କୁ ବିରୋଧ କରି ପନିପରିବା ବିକାଳୀ ମାନେ ରାସ୍ତା ମଝିରେ ପନିପରିବା ଫିଙ୍ଗି ବିରୋଧ ପ୍ରଦର୍ଶନ କରିଛନ୍ତି । ଡେଲି ମାର୍କେଟକୁ ସବୁ ଆଡୁ ବାଉଁଶ ବାନ୍ଧି ରାସ୍ତା ବନ୍ଦ କରିଦିଆଯାଇଥିବା ବେଳେ ଲୋକଙ୍କୁ ଗାଡ଼ି ନେଇ ଡେଲି ମାର୍କେଟ୍ ଭିତରକୁ ଯିବାକୁ ଅନୁମତି ଦିଆଯାଇନଥିଲା । ତେବେ ଜନସାଧାରଣଙ୍କ ସହିତ ପରିବା ବିକାଳୀ ମାନଙ୍କୁ ମଧ୍ୟ ଭିତରକୁ ଦିଆଯାଉନଥିବା ଅଭିଯୋଗ କରିଥିଲେ । ପୁଣି ବୁଧବାର ସକାଳୁ ବଲାଙ୍ଗିର ଜିଲ୍ଲା ପ୍ରଶାସନ ତରଫରୁ ଆସି ରାସ୍ତା କଡ଼ରେ ପରିବା ବିକ୍ରି କରିବାକୁ ମନା କରିଥିଲେ ଯାହାକୁ ନେଇ ପରିବା ବିକାଳୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା ।..
BREAKING NEWS
- ସୁନ୍ଦରଗଡ଼ ମୃତ୍ତିକା ସଂରକ୍ଷଣ ଉପ-ନିର୍ଦ୍ଦେଶକଙ୍କ ପାଖରେ କୋଟିକୋଟି ସମ୍ପତି, ଗିରଫ କଲା ଭିଜିଲାନ୍ସ
- ମୁକେଶ ଅମ୍ବାନୀଙ୍କୁ କାହିଁକି ‘ପ୍ରଧାନମନ୍ତ୍ରୀ’ କହିଲେ ଏଲନ ମସ୍କ…
- CJPର ଆନ୍ଦୋଳନ ପୂର୍ବରୁ ବିମାନରୁ ଅଭିଜିତଙ୍କୁ ଟେକିନେଲା ପୋଲିସ
- ଶକ୍ତିଶାଳୀ ଭୂକମ୍ପରେ ଥରିଲା ପାନାମା; ସୁନାମି ଆଲର୍ଟ ଜାରି…
- ମହଙ୍ଗା ପଡିଲା ସାପ ସହ ରିଲ୍ସ; ନାଗ ଚୋଟରେ ଗଲା ଯୁବକଙ୍କ ଜୀବନ
- ୯.୨୪ କୋଟିର ସରକାରୀ ପାଣ୍ଠି ଆତ୍ମସାତ୍; ଆଉ ୩ ଗିରଫ
- ଛାତ୍ର ସଂସଦ ନିର୍ବାଚନ ବାତିଲ ନେଇ ଭଦ୍ରକ କଲେଜରେ ସାଇନ୍ ଡାଏ
- Salman Khan: ଫ୍ୟାନ୍ସଙ୍କୁ ଚମକାଇଲେ ଭାଇଜାନ୍! ହାଫ୍ ପ୍ୟାଣ୍ଟ ପିନ୍ଧି YouTubeରେ ଏଣ୍ଟ୍ରି କଲେ ସଲମାନ ଖାନ୍, ଛାଡ଼ିଦେବେ କି ଅଭିନୟ?
- ଦିଲ୍ଲୀ ମୁହାଁ CJP ସମର୍ଥକ; ଆନ୍ଦୋଳନ ଅଟକାଇବାକୁ ସମସ୍ତ ରାଜ୍ୟକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟର କଡ଼ା ନିର୍ଦ୍ଦେଶ
- Vote Chori Proof: ସିଇସିଙ୍କ ଇସ୍ତଫା ଦାବିରେ ରାଷ୍ଟ୍ରପତିଙ୍କୁ ଭେଟିଲା ଇଣ୍ଡି ମେଣ୍ଟ, ଭୋଟ ଚୋରିର ପ୍ରମାଣ ମାଗିଲେ ମହାମହିମ, ରାହୁଲ କହିଲେ…

Comments are closed.