ଖୋର୍ଦ୍ଧା: ସାପ ଦେଖିଲେ ସାଧାରଣ ଲୋକଙ୍କ ଭିତରେ ଭୟ ସୃଷ୍ଟି ହୋଇଥାଏ। ବିଶେଷ କରି ଅଜଗର ସାପ। କିନ୍ତୁ ଲୋକମାନେ ଏହି ଅଜଗର ସାପକୁ ନମାରି ବର୍ତ୍ତମାନ ସୁରକ୍ଷା ଦେଇଛନ୍ତି। ସେଥିରେ ଚନ୍ଦକା ବନ ଵିଭାଗ ମଧ୍ୟ ସହାୟତା କରିଛନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ନିକଟସ୍ଥ ଚନ୍ଦକା ରେଞ୍ଜରେ ଥିବା ଗଡ଼ ନିଆଳ ଗ୍ରାମରେ।
ନିକଟରେ ଥିବା ଜଙ୍ଗଲରେ ସାପ ଥିବା ଜାଣିପାରି ଚନ୍ଦକା ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଅଜଗର ସାପଟି ଏକ ଗାତ ମଧ୍ୟରେ ରହିଥିବା ଦେଖିବାକୁ ମିଳିଥିଲା । ରେଞ୍ଜର ସ୍ନେକ ହେଲ୍ପ ଲାଇନକୁ ସାପ ର ଉଦ୍ଧାର ପାଇଁ ଖବର ଦିଆଯାଇଥିଲା । ଏହି ସମୟ ସାପ ମାନଙ୍କ ଅଣ୍ଡା ଦେବା ସମୟ। ତେଣୁ ସାପର କ୍ଷତି ନ କରି ସୁରକ୍ଷାର ବ୍ୟବସ୍ଥା କରାଯାଇଥିଲା । ସ୍ନେକ ହେଲ୍ପ ଲାଇନ ର ପରାମର୍ଶରେ ଚନ୍ଦକା ରେଞ୍ଜର ତୁରନ୍ତ ଗ୍ରାମବାସୀଙ୍କ ସହାୟତରେ ସେହି ଅଞ୍ଚଳକୁ ବାଉଁଶ ଘେରାବାନ୍ଧି କରି ରଖିଛନ୍ତି । ଅଜଗର ଛୁଆ ଫୁଟିଲା ପର୍ଯ୍ୟନ୍ତ ଏହି ସୁରକ୍ଷା ବଲବତ୍ତର ରହିବ। ବର୍ତ୍ତମାନ ବନ ବିଭାଗ କର୍ମଚାରୀଙ୍କ ସହ ନିଆଳ ଗ୍ରାମ ର ଯୁବକ ମାନେ ମଧ୍ୟ ସାପର ସୁରକ୍ଷା ଏବଂ ଅଣ୍ଡା ଫୁଟାଇବା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସୁରକ୍ଷା ଦେବାକୁ ଅଣ୍ଟା ଭିଡିଛନ୍ତି। ବର୍ତ୍ତମାନ ଅଜଗର ସାପ ବଂଶବୃଦ୍ଧିରେ ସ୍ଥାନୀୟ ଲୋକଙ୍କ ପଦକ୍ଷେପକୁ ପରିବେଶବିତ ମାନେ ବେଶ୍ ପ୍ରଂଶସା କରିଛନ୍ତି।
BREAKING NEWS
- ନାମାଙ୍କନ ଦାଖଲ କଲେ ବିଜେଡି ବିଧାୟକ ପ୍ରାର୍ଥୀ ଦେବେଶ ଆଚାର୍ଯ୍ୟ ଓ ସାଂସଦ ପ୍ରାର୍ଥୀ ପରିନିତା ମିଶ୍ର
- ଦଳୀୟ କର୍ମୀଙ୍କ ମନୋବଳ ବୃଦ୍ଧି ପାଇଁ ଅପପ୍ରଚାର କରୁଛନ୍ତି ବିରୋଧି: ପାଣ୍ଡିଆନ
- ନାମାଙ୍କନ ପତ୍ର ଦାଖଲ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
- ନାମାଙ୍କନ ଭରିଲେ ଅରୁପ୍ ପଟ୍ଟନାୟକ; କହିଲେ, ପୁରୀବାସୀଙ୍କ ସେବାରେ ନିଜକୁ ନିୟୋଜିତ କରିବି
- ବିଜେଡି ଛାଡିଲେ ଅନୁଭବ ପଟ୍ଟନାୟକ, ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା
- ବିପଦରେ ଭାରତୀୟ ମସଲା ରପ୍ତାନୀ, ମସଲାର ଗୁଣାତ୍ମକ ଯାଞ୍ଚ ନେଇ ସମସ୍ତ ରାଜ୍ୟକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ
- ‘ଭୋଟ୍ ନଦେଲେ ବିଜୁଳି କାଟି ଦିଆଯିବ’: କଂଗ୍ରେସ ବିଧାୟକଙ୍କ ଧମକ
- ଅଶ୍ଳୀଳ ଭିଡିଓ ମାମଲା: ପ୍ରଜ୍ଜ୍ୱଳଙ୍କ ବିରୋଧରେ ଜାରି ହେଲା ଲୁକ୍ ଆଉଟ୍ ନୋଟିସ୍
- ଆସିଲା ବିଜେଡିର ବଳକା ଥିବା ପାର୍ଥୀ ତାଲିକା
- ଦିଲ୍ଲୀ ହାଇକୋର୍ଟରେ ଜାମିନ ଆବେଦନ କଲେ ସିସୋଦିଆ