ଖୋର୍ଦ୍ଧା: ସାପ ଦେଖିଲେ ସାଧାରଣ ଲୋକଙ୍କ ଭିତରେ ଭୟ ସୃଷ୍ଟି ହୋଇଥାଏ। ବିଶେଷ କରି ଅଜଗର ସାପ। କିନ୍ତୁ ଲୋକମାନେ ଏହି ଅଜଗର ସାପକୁ ନମାରି ବର୍ତ୍ତମାନ ସୁରକ୍ଷା ଦେଇଛନ୍ତି। ସେଥିରେ ଚନ୍ଦକା ବନ ଵିଭାଗ ମଧ୍ୟ ସହାୟତା କରିଛନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ନିକଟସ୍ଥ ଚନ୍ଦକା ରେଞ୍ଜରେ ଥିବା ଗଡ଼ ନିଆଳ ଗ୍ରାମରେ।
ନିକଟରେ ଥିବା ଜଙ୍ଗଲରେ ସାପ ଥିବା ଜାଣିପାରି ଚନ୍ଦକା ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଅଜଗର ସାପଟି ଏକ ଗାତ ମଧ୍ୟରେ ରହିଥିବା ଦେଖିବାକୁ ମିଳିଥିଲା । ରେଞ୍ଜର ସ୍ନେକ ହେଲ୍ପ ଲାଇନକୁ ସାପ ର ଉଦ୍ଧାର ପାଇଁ ଖବର ଦିଆଯାଇଥିଲା । ଏହି ସମୟ ସାପ ମାନଙ୍କ ଅଣ୍ଡା ଦେବା ସମୟ। ତେଣୁ ସାପର କ୍ଷତି ନ କରି ସୁରକ୍ଷାର ବ୍ୟବସ୍ଥା କରାଯାଇଥିଲା । ସ୍ନେକ ହେଲ୍ପ ଲାଇନ ର ପରାମର୍ଶରେ ଚନ୍ଦକା ରେଞ୍ଜର ତୁରନ୍ତ ଗ୍ରାମବାସୀଙ୍କ ସହାୟତରେ ସେହି ଅଞ୍ଚଳକୁ ବାଉଁଶ ଘେରାବାନ୍ଧି କରି ରଖିଛନ୍ତି । ଅଜଗର ଛୁଆ ଫୁଟିଲା ପର୍ଯ୍ୟନ୍ତ ଏହି ସୁରକ୍ଷା ବଲବତ୍ତର ରହିବ। ବର୍ତ୍ତମାନ ବନ ବିଭାଗ କର୍ମଚାରୀଙ୍କ ସହ ନିଆଳ ଗ୍ରାମ ର ଯୁବକ ମାନେ ମଧ୍ୟ ସାପର ସୁରକ୍ଷା ଏବଂ ଅଣ୍ଡା ଫୁଟାଇବା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସୁରକ୍ଷା ଦେବାକୁ ଅଣ୍ଟା ଭିଡିଛନ୍ତି। ବର୍ତ୍ତମାନ ଅଜଗର ସାପ ବଂଶବୃଦ୍ଧିରେ ସ୍ଥାନୀୟ ଲୋକଙ୍କ ପଦକ୍ଷେପକୁ ପରିବେଶବିତ ମାନେ ବେଶ୍ ପ୍ରଂଶସା କରିଛନ୍ତି।
BREAKING NEWS
- State Cabinet:୬ ବିଭାଗର ୧୧ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟରେ ଅନୁମୋଦନ
- ମହାନଦୀରେ ଆଉ ବଢ଼ିବନି ପାଣି,ଟଳୁଛି ବଡ଼ ବନ୍ୟା ଆଶଙ୍କା:ସର୍ବୋଚ୍ଚ ଯନ୍ତ୍ରୀ
- ଟି୨୦ କ୍ରିକେଟ: ପୋଲାର୍ଡଙ୍କ ବିଶ୍ୱ ରେକର୍ଡ ଭାଙ୍ଗିବାରୁ ମାତ୍ର ୨୪ ରନ୍ ଦୂରରେ ବଟଲର
- ବନ୍ୟା ପ୍ରଭାବିତ ଅଞ୍ଚଳରେ ଗୃହପାଳିତ ପଶୁପକ୍ଷୀଙ୍କ ପାଇଁ ହେଲ୍ପ ଲାଇନ୍ ନମ୍ବର ଜାରି; ୫୮ ରାପିଡ୍ ରେସପନ୍ସ ଟିମ୍ ଗଠନ
- ନୌସେନାର ନୂଆ ଡେପୁଟି ଚିଫ ହେଲେ ଭାଇସ୍ ଆଡମିରାଲ୍ ଏଏନ୍ ପ୍ରମୋଦ
- ଡୋଭାଲଙ୍କୁ ସମ୍ମାନଜନକ ଲୋକମାନ୍ୟ ତିଲକ ଜାତୀୟ ପୁରସ୍କାର;ଯୁବବର୍ଗଙ୍କୁ କହିଲେ-ଜାତୀୟ ସ୍ୱାର୍ଥ ପାଇଁ ନିଜ ଜୀବନ ଉତ୍ସର୍ଗ କର…
- ବିଡିଏର ଏକାମ୍ର ରେସିଡେନ୍ସି ଆବାସିକ ପ୍ରକଳ୍ପର ଶୁଭାରମ୍ଭକୁ ମଞ୍ଜୁରୀ
- ବକ୍ସିଂରେ ଭାରତର ଡବଲ୍ ଗୋଲ୍ଡ; ପ୍ରୀତି,ଜସମିନ ଜିତିଲେ ସ୍ୱର୍ଣ୍ଣ
- ବିଲ୍ଡରଙ୍କ ଘରୁ ଚୋରି କରିନେଲେ ୨ କୋଟି ଟଙ୍କାର ସୁନା ଅଳଙ୍କାର ଓ ଟଙ୍କା
- ୩୭.୩୨ ଲକ୍ଷ ଆତ୍ମସାତ ଅଭିଯୋଗ; ଜୁନିଅର ଆସିଷ୍ଟାଣ୍ଟଙ୍କୁ ଗିରଫ କଲା ଭିଜିଲାନ୍ସ
Comments are closed.