Latest Odisha News

BREAKING NEWS

ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଓ ସାଂସଦ ରଘୁନାଥ ମହାପାତ୍ରଙ୍କ ପତ୍ନୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ପ୍ରଦୀପ ନାୟକଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଢିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ଟେଲିଫୋନରେ ଶ୍ରୀ ନାୟକଙ୍କ ପତ୍ନୀଙ୍କ ସହ ଆଲୋଚନା କରିଥିଲେ । ଶ୍ରୀ ନାୟକ ବର୍ତ୍ତମାନ ଏମସରେ ଭେଣ୍ଟିଲେଟରରେ ଅଛନ୍ତି । ଗତ ଏପ୍ରିଲ ୨୦ ତାରିଖରେ ସେ ପଜିଟିଭ୍ ଥିବା ଜଣାପଡିଥିଲା । ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ୨୬ ତାରିଖରେ ଆଇସିୟୁରେ ଭର୍ତ୍ତି କରାଯାଇଥିଲା ।

ସେହିପରି କରୋନାରେ ଆକ୍ରାନ୍ତ ହୋଇ ଏମ୍ସରେ ଚିକିତ୍ସିତ ହେଉଥିବା ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ରଙ୍କ ପୁଅଙ୍କ ସହ ମଧ୍ୟ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ।

Leave A Reply

Your email address will not be published.