Latest Odisha News

BREAKING NEWS

ପୁଣି ଆସୁଛି ପବଜି; ଏଥର ନୂଆ ନାଁରେ

ନୂଆଦିଲ୍ଲୀ: ଲୋକପ୍ରିୟ ଗେମ୍ ନିର୍ମାତା କ୍ରାଫ୍ଟନ୍ ଖୁବ୍ ଶୀଘ୍ର ବ୍ୟାଟଲଗ୍ରାଉଣ୍ଡସ୍ ମୋବାଇଲ୍ ଇଣ୍ଡିଆ ଲଞ୍ଚ କରିବାକୁ ଯାଉଛି। ଯାହାର ଟିଜର ଲଞ୍ଚ ହୋଇଛି। ପବଜୀ ମୋବାଇଲ୍ ତିଆରି କରୁଥିବା ଦକ୍ଷିଣ କୋରିଆ କମ୍ପାନୀ ଭାରତୀୟ ୟୁଜର୍ସଙ୍କ ପାଇଁ ଏହି ଖେଳର ପରିକଳ୍ପନା କରିଛି।

ବ୍ୟାଟଲଗ୍ରାଉଣ୍ଡସ୍ ମୋବାଇଲ୍ ଇଣ୍ଡିଆ ନିଜର ଇକୋସ୍ପୋର୍ଟ ସିଷ୍ଟମ ସହିତ ଡେବ୍ୟୁ କରିବ, ଯେଉଁଥିରେ ଟୁର୍ନାମେଣ୍ଟ ଏବଂ ଲିଗ୍ ମଧ୍ୟ ଅନ୍ତର୍ଭୁକ୍ତ ହେବ। କ୍ରାଫ୍ଟନ୍ ଏକ ଟିଜର ଭିଡିଓ ମଧ୍ୟ ରିଲିଜ୍ କରିଛି ଯେଉଁଥିରେ ଏହି ନୂଆ ଗେମ୍ ପବଜୀ ସହ ଭଳି ସମାନ ଅନୁଭବ ଦେବ।

ଉଲ୍ଲେଖଯୋଗ୍ୟ, ଗତ ବର୍ଷ ଭାରତୀୟ ବଜାରରେ ଅନେକ ଚାଇନିଜ୍ ଆପ୍ ସହ ପବଜୀ ଗେମ୍ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ବର୍ତ୍ତମାନ ଲୋକଙ୍କ ସାମ୍ନାରେ ପବଜୀର ଏକ ନୂଆ ବିକଳ୍ପ ଆସିଛି।

କ୍ରାଫ୍ଟନ୍ ସୂଚନା ଅନୁଯାୟୀ, ବ୍ୟାଟଲଗ୍ରାଉଣ୍ଡ ମୋବାଇଲ୍ ଇଣ୍ଡିଆ ମଧ୍ୟ ଭାରତରେ ଏହାର ଅଫିସିଆଲ୍ ଲଞ୍ଚ ପୂର୍ବରୁ ପ୍ରି-ରେଜିଷ୍ଟ୍ରେସନ୍ ପାଇଁ ଉପଲବ୍ଧ ହେବ।

 

Comments are closed.