Latest Odisha News

BREAKING NEWS

ଡ୍ରୋନରେ ହେବ ଭ୍ୟାକ୍ସିନ୍ ଡେଲିଭରୀ, ଅନୁମତି ଦେଲା ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ

ହାଇଦ୍ରାବାଦ: ଡ୍ରୋନରେ ହେବ ଭ୍ୟାକ୍ସିନ୍ ଡେଲିଭରୀ । ଏନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ତେଲଙ୍ଗାନାକୁ ସର୍ତ୍ତମୂଳକ ଅନୁମତି ପ୍ରଦାନ କରିଛି । ତେଲଙ୍ଗାନାକୁ ଏହି ଅନୁମତି ଏକ ବର୍ଷ ପାଇଁ ପରବର୍ତ୍ତୀ ନିର୍ଦ୍ଦେଶନାମା ଯାଏ ଦିଆଯାଇଛି । ତେବେ, ଡ୍ରୋନରେ ଭ୍ୟାକ୍ସିନ୍ ଡେଲିଭରୀ ଦୃଶ୍ୟମାନ ଅଞ୍ଚଳ ଯାଏ ହୋଇପାରିବ ।

ମନ୍ତ୍ରଣାଳୟ ପକ୍ଷରୁ ଜାରି ବୟାନରେ କୁହାଯାଇଛି, ରାଜ୍ୟ ସରକାରଙ୍କୁ ଏହି ଅନୁମତି ବର୍ଷକ ପାଇଁ ଦିଆଯାଇଛି । ଏହା ପୂର୍ବରୁ ଆଇସିଏମ୍ଆରକୁ ମନ୍ତ୍ରାଳୟ ଡ୍ରୋନରେ ଟିକା ପହଞ୍ଚାଇବାକୁ ଅନୁମତି ଦେଇଥିଲା । ତେଲଙ୍ଗାନାକୁ ଅନୁମତି ମିଳିବା ପରେ ସରକାରଙ୍କୁ ପକ୍ଷରୁ କୁହାଯାଇଛି, ଗବେଷଣା ପାଇଁ ବର୍ଷେ ଲାଗି ଦୃଶ୍ୟମାନ ସୀମା ମଧ୍ୟରେ ଅନୁମତି ମିଳିଛି ।

କୁହାଯାଉଛି, ଡ୍ରୋନ୍ ଯୋଗେ ଭ୍ୟାକ୍ସିନ୍ ପହଞ୍ଚାଇବାର ଟ୍ରାଏଲ୍ ମେ ଶେଷ ସୁଦ୍ଧା ଆରମ୍ଭ ହେବ । ତେବେ, ଏଯାବତ୍ ଏନେଇ କୌଣସି ତାରିଖ ସ୍ଥିର କରାଯାଇ ନାହିଁ । ଯଦି ଏହି ପ୍ରୟାସ ସଫଳ ହୁଏ ତ ଡ୍ରୋନ୍ ଜରିଆରେ ଟିକା ପହଞ୍ଚାଇବା କାମ ବୃଦ୍ଧି କରାଯାଇ ପାରିବ ।

Comments are closed.