Latest Odisha News

BREAKING NEWS

ବାଲେଶ୍ବରରୁ ଉଦ୍ଧାର ଡ଼ଲଫିନର ମୃତ୍ୟୁ

ବାଲେଶ୍ବର: ବାଲେଶ୍ବର ଜିଲ୍ଲାର ଏକ ନଦୀ ମୁହାଣରୁ ଉଦ୍ଧାର ହୋଇଥିବା ଆହତ ଡଲଫିନର ଶୁକ୍ରବାର ମୃତ୍ୟୁ ଘଟିଛି।

ଖବର ଅନୁଯାୟୀ, ବାଲିଆପାଳର କିଛି ସ୍ଥାନୀୟ ଲୋକ କଙ୍କଡାପାଳ ନଦୀ ମୁହାଣ ନିକଟରେ ଏକ ଡଲଫିନକୁ ଆହତ ଅବସ୍ଥାରେ ଦେଖିବାକୁ ପାଇଥିଲେ। ଏନେଇ ବନ ଅଧିକାରୀମାନଙ୍କୁ ଜଣାଇବା ପରେ ସେମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରିଥିଲେ। ହେଲେ କିଛି ସମୟ ପରେ ଉକ୍ତ ଡଲଫିନର ମୃତ୍ୟୁ ହୋଇଥିଲା।

ତେବେ ମୃତ୍ୟୁର କାରଣ ଜାଣିବା ପାଇଁ ଡଲଫିନକୁ ପୋଷ୍ଟ ମର୍ଟମ ପାଇଁ ପଠାଯିବ ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି।

Comments are closed.