Latest Odisha News

BREAKING NEWS

କୋଭିଡ୍‌ ହସ୍ପିଟାଲରେ ଆଡମିଶନ ପାଇଁ ପଜିଟିଭ ରିପୋର୍ଟ ଜରୁରୀ ନୁହେଁ

ନୂଆଦିଲ୍ଲୀ: କରୋନା ରୋଗୀମାନଙ୍କ ପାଇଁ ଏକ ଆଶ୍ବସ୍ତିକର ଖବର। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଶନିବାର ବିଭିନ୍ନ ବର୍ଗର କୋଭିଡ୍‌ ଡାକ୍ତରଖାନା କରୋନା ରୋଗୀଙ୍କ ଆଡ୍‌ମିଶନ ଏବଂ ଚିକିତ୍ସା ବ୍ୟବସ୍ଥାରେ ସୁବିଧା ଆଣିବା ଜାତୀୟ ନୀତିରେ ସଂଶୋଧନ କରିଛି।

ସଂଶୋଧିତ ନୀତି ଅନୁଯାୟୀ, କରୋନା ରୋଗୀଙ୍କୁ କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଡମିଶନ ପାଇଁ କରୋନା ପଜିଟିଭ ରିପୋର୍ଟ ବାଧ୍ୟତାମୂଳକ ନୁହେଁ।

କରୋନା ରୋଗୀଙ୍କୁ ବିନା ପଜିଟିଭ ରିପୋର୍ଟରେ ବି (CCC), (DCHC) କିମ୍ବା (DHC) ଭର୍ତ୍ତି କରାଯାଇପାରିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ଏକ ବିଜ୍ଞପ୍ତିରେ କୁହାଯାଇଛି।

କରୋନା ରୋଗୀଙ୍କୁ ତୁରନ୍ତ, ପ୍ରଭାବଶାଳୀ ଏବଂ ବ୍ୟାପକ ଚିକିତ୍ସା ସୁନିଶ୍ଚିତ କରିବାକୁ ଲକ୍ଷ୍ୟ ରଖାଯାଇଥିବା ନେଇ ବିଜ୍ଞପ୍ତିରେ ଦର୍ଶାଯାଇଛି।

Comments are closed.