Latest Odisha News

BREAKING NEWS

[ଭିଡ଼ିଓ] ଓଲଟିଲା ମାଛ ଟ୍ରକ, ବୋହିନେଲେ ଲୋକେ !

ମହାରାଷ୍ଟ୍ର: କରୋନା ସଂକ୍ରମଣ ରୋକିବା ଲାଗି ମହାରାଷ୍ଟ୍ର ସରକାର ଲକଡାଉନ୍ ଘୋଷଣା କରିଛନ୍ତି । ତଥାପି ଆଜି ସକାଳୁ ସୋଲାପୁରରେ ବହୁମାତ୍ରାରେ ଲୋକ ଭିଡ ଜମାଇଥିଲେ । ଏକ ମାଛ ବୋଝେଇ ଟ୍ରକ ନିୟନ୍ତ୍ରଣ ହରାଇ ସମ୍ଭାଜୀ ମହାରାଜ କେନାଲ ନିକଟରେ ଓଲଟିପଡିଥିଲା । ଯାହା ପରେ ଲୋକେ ମାଛ ହରିଲୁଟ୍ କରିବାରେ ଲାଗିପଡିଥିଲେ ।

କରୋନା ସଂକ୍ରମଣକୁ ଖାତିର ନକରି ଲୋକେ ବ୍ୟାଗ ଓ ବସ୍ତାରେ ମାଛ ବୋହି ନେଇଥିଲେ । ଯାହା ଏହି ଦୃଶ୍ୟରେ ସ୍ପଷ୍ଟ ଭାବେ ଦେଖାଯାଇପାରେ । ତେବେ ଖବର ପାଇ ଘଟଣାସ୍ଥଳରେ ବହୁ ବିଳମ୍ବରେ ପୋଲିସ ପହଂଚି ଲୋକଙ୍କୁ ଘଉଡାଇବାକୁ ଚେଷ୍ଟା କରିଥିଲା ।

Leave A Reply

Your email address will not be published.