Latest Odisha News

BREAKING NEWS

ଇଂଲଣ୍ଡ ଗସ୍ତରେ କଡା କଟକଣାରେ ରହିବେ ଟିମ୍ ଇଣ୍ଡିଆ

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ ମ୍ୟାଚ ଖେଳିବା ପାଇଁ ଇଂଲଣ୍ଡ ଗସ୍ତରେ ଯିବ । ନ୍ୟୁଜିଲାଣ୍ଡ ବିପକ୍ଷ ଏହି ଗୁରୁତ୍ୱପୂର୍ଣ୍ଣ ମୁକାବିଲା ପରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ । ଏବେ କରୋନା ତାର କରାଳ ରୂପ ଦେଖାଉଥିବା ବେଳେ ଇଂଲଣ୍ଡ ଗସ୍ତ ପାଇଁ ବିିସିସିଆଇ ଖେଳାଳିମାନଙ୍କୁ କଡା କଟକଣା ମଧ୍ୟରେ ରହିବା ପାଇଁ ଗାଇଡଲାଇନ ଜାରୀ କରିଛି ।

୨୦ ଜଣିଆ ଭାରତୀୟ ଟିମ୍ ମେ ୨୫ରେ ମୁମ୍ବାଇରେ ପ୍ରସ୍ତୁତ କରାଯାଇଥିବା ବାୟୋବବଲରେ ୮ ଦିନ ରହିବେ । ସମସ୍ତଙ୍କ ସଦସ୍ୟଙ୍କ ମାତ୍ରାଧିକ ଥର କୋଭିଡ ଟେଷ୍ଟ କରାଯିବ । ଏହା ପରେ ଜୁନ ୨ରେ ଇଂଲଣ୍ଡ ଗସ୍ତରେ ଯିବେ । ସେଠାରେ ୧୦ ଦିନ କ୍ୱାରେଂଟାଇନରେ ରହିବେ । ଭାରତୀୟ ନାଗରିକଙ୍କୁ ବ୍ରିଟେନରେ ପ୍ରବେଶ ଉପରେ କଟକଣା ଲଗା ଯାଇଥିବା ବେଳେ ଖେଳାଳିମାନଙ୍କୁ ଅନୁମତି ଦିଆଯାଇଛି ।

Leave A Reply

Your email address will not be published.