Latest Odisha News

BREAKING NEWS

ରାଜଧାନୀ ଉପକଣ୍ଠରେ ମିଳିଥିବା ପାଦ ଚିହ୍ନ କଲରାପତରିଆର ନୁହେଁ: ଡ଼ିଏଫଓ

ଭୁବେନେଶ୍ୱର: ରାଜଧାନୀ ଉପକଣ୍ଠରେ ମିଳିଥିବା କୌଣସି ଜନ୍ତୁର ପାଦଚିହ୍ନ କଲରାପତରିଆ ବାଘର ନୁହେଁ ବୋଲି ଶୁକ୍ରବାର ସନ୍ଧ୍ୟରେ ସିଟି ଡ଼ିଭିଜନାଲ ଫରେଷ୍ଟ ଅଫିସର (ଡ଼ିଏଫଓ) ଅଶୋକ ମିତ୍ର କହିଛନ୍ତି ।

ସ୍ଥାନୀୟ ବାସିନ୍ଦା ଆତଙ୍କିତ ଅବସ୍ଥାରେ ରହିଥିବା ଯୋଗୁଁ ରାତିରେ ପୁନର୍ବାର ଏହି ଜନ୍ତୁଟି ଜନବସତି ଅଞ୍ଚଳକୁ ନଆସିବା ଲାଗି ରାତ୍ରୀ ପାଟ୍ରୋଲିଂ ବୃଦ୍ଧି କରାଯାଇଛି ।

ଗୁରୁବାର ରାତିରେ ଏକ କଲରାପତରିଆ ବାଘ ଦେଖିଥିବା କଥା ସ୍ଥାନୀୟ ରଙ୍ଗମାଟିଆ ଗ୍ରାମବାସୀମାନେ ବନ ବିଭାଗକୁ ଜଣାଇଥିଲେ ।

ଖବରପାଇ ବନ ବିଭାଗ, ଚନ୍ଦକା ଅଭୟାରଣ୍ୟ ଏବଂ ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ବରିଷ୍ଠ ପଦାଧିକାରୀମାନେ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲେ । ଶୁକ୍ରବାର ସକାଳେ ବାଘ ପରି ଏକ ଜନ୍ତୁର ପାଦ ଚିହ୍ନ ଚିହ୍ନଟ କରିଥିଲେ ବନ ବିଭାଗର ଏହି ଟିମ୍ ।

ତିନିଦିନ ପୂର୍ବରୁ ଏକ କଲରାପତରିଆ ବାଘ ପଳାଶପଲ୍ଲୀ ଅଞ୍ଚଳରେ ଦେଖାଯିବା ଦ୍ୱାରା ତାକୁ ବନବିଭାଗ ପକ୍ଷରୁ ଧରାଯାଇ ଚନ୍ଦକା ଅଭୟାରଣ୍ୟରେ ଛଡ଼ାଯାଇଛି ।

Leave A Reply

Your email address will not be published.