Latest Odisha News

BREAKING NEWS

ଶପଥ ନେଲେ ମମତା ବାନାର୍ଜୀଙ୍କ କ୍ୟାବିନେଟର ୪୩ ମନ୍ତ୍ରୀ

କୋଲକାତା: ମନ୍ତ୍ରିମଣ୍ଡଳ ଗଠନ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆଜି ଟିଏମସି ସରକାରରେ ୪୩ ଜଣ ମନ୍ତ୍ରୀଶପଥ ନେଇଛନ୍ତି । ରାଜଭବନରେ ଆୟୋଜିତ ଉତ୍ସବରେ ସମସ୍ତ ମନ୍ତ୍ରୀ ପଦ ଓ ପୋଗନୀୟତାର ଶପଥପାଠ କରିଛନ୍ତି । ସେମାନଙ୍କୁ ଶପଥପାଠ କରାଇଥିଲେ ରାଜ୍ୟପାଳ । ପୂର୍ବରୁ ତୃତୀୟ ଥର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ ମମତା ବାନାର୍ଜୀ । ତାଙ୍କ କ୍ୟାବିନେଟ ଶପଥ ନେଇ ନଥିଲା ।

୪୩ ଜଣିଆ ମନ୍ତ୍ରିମଣ୍ଡଳରେ କିଛି ପୁରୁଣା ଓ ନୂଆ ଚେହେରାଙ୍କୁ ସୁଯୋଗ ଦେଇଛନ୍ତି ମମତା ବାନାର୍ଜୀ । ଏମାନଙ୍କ ଭିତରେ ଅଛନ୍ତି ୨୫ ଜଣ ପୁରୁଣା ଓ ୧୮ ଜଣ ନୂଆ ମନ୍ତ୍ରୀ । ୯ ଜଣ ରାଷ୍ଟ୍ରମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି । କ୍ରିକେଟରରୁ ରାଜନେତା ପାଲଟିଥିବା ମନୋଜ ତିଓ୍ୱାରୀ ମନ୍ତ୍ରୀ ହୋଇଛନ୍ତି । କିଛି ବିଧାୟକ ଭର୍ଚୁଆଲେ ଶପଥ ନେଇଥିଲେ ।

Leave A Reply

Your email address will not be published.