Latest Odisha News

BREAKING NEWS

୧୦୧ ବର୍ଷ ବୟସରେ କେରଳ ପୂର୍ବତନ ମନ୍ତ୍ରୀ କେ.ଆର ଗୌରୀ ଅମ୍ମାଙ୍କ ପରଲୋକ

କେରଳ: କେରଳର ବରିଷ୍ଠ କମ୍ୟୁନିଷ୍ଟ ଲିଡର୍‌ ତଥା ସରକାରଙ୍କ ପ୍ରଥମ ନିର୍ବାଚିତ ସଦସ୍ୟ କେ.ଆର ଗୌରୀ ଅମ୍ମାଙ୍କର ୧୦୧ ବର୍ଷ ବୟସରେ ଦେହାନ୍ତ ହୋଇଛି। ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ପାଇଁ ଗୌରୀ ଅମ୍ମା ଥିରୁଅନନ୍ତପୁରମର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ।

ଗୌରୀ ଅମ୍ମା ପ୍ରଥମ କେରଳ ସରକାରଙ୍କ ଶେଷ ସଦସ୍ୟ ଥିଲେ। ୧୯୫୭ରେ ଗୌରୀ ଅମ୍ମା କେରଳର ପ୍ରଥମ ରାଜସ୍ୱ ମନ୍ତ୍ରୀ ଥିଲେ। ୧୯୬୪ ମସିହାରେ କମ୍ୟୁନିଷ୍ଟ ପାର୍ଟି ବିଭାଜିତ ହେବା ପରେ ସେ ସିପିଆଇ (M) ର ଅଂଶ ହୋଇଥିଲେ। ୧୯୯୪ରେ, ଆଭ୍ୟନ୍ତରୀଣ ମତଭେଦ ପରେ ତାଙ୍କୁ CPI (M)ରୁ ​​ବହିଷ୍କାର କରାଯାଇଥିଲା। ୨୦୦୧ ରୁ ୨୦୦୬ ପର୍ଯ୍ୟନ୍ତ ସେ କୃଷି ମନ୍ତ୍ରୀ ମଧ୍ୟ ଥିଲେ।

Comments are closed.