Latest Odisha News

ବଲାଙ୍ଗୀର ସବ୍‌ ଜେଲ୍‌ର ଆଉ ୩୩ କଏଦୀ କରୋନା ପଜିଟିଭ

ପାଟନାଗଡ: ସୋମବାର ବଲାଙ୍ଗୀର ଜିଲ୍ଲାର ପାଟଣାଗଡରେ ଥିବା ସବ-ଜେଲରେ ଆଉ ୩୩ ଜଣ କଏଦୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାପରେ ଏହି ମାମଲା ବୃଦ୍ଧି ପାଇ ଆକ୍ରାନ୍ତଙ୍କ ସଂଖ୍ୟା ୮୪ କୁ ପହଞ୍ଚିଛି।

ଗତ ସପ୍ତାହରେ, ୫୧ ଜଣ ଅନ୍ତେବାସୀ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଥିଲା।

ଏହା ପରେ ଡାକ୍ତର ଅନ୍ୟ କଏଦୀଙ୍କ କରୋନା ପରୀକ୍ଷା କରିଥିଲେ। ସେଥିରୁ ଆଉ ୩୩ ଜଣ ଅନ୍ତେବାସୀ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା।

ସୂଚନା ଅନୁଯାୟୀ ୮ ଜଣ ସଂକ୍ରମିତ କଏଦୀଙ୍କୁ ବଲାଙ୍ଗୀରର କୋଭିଡ୍‌ କେୟାର ସେଣ୍ଟରରେ ଭର୍ତ୍ତି କରାଯାଇଥିଲା ଏବଂ ୨୯ ଜଣ କଏଦୀଙ୍କୁ କଣ୍ଟାବାଞ୍ଜି ସବ-ଜେଲକୁ ସ୍ଥାନାନ୍ତର କରାଯାଇଥିଲା।

ଏହାପରେ ଜେଲ ପରିସରକୁ ପରିମଳ କରାଯାଇଥିବା ଜଣାପଡ଼ିଛି।

Comments are closed.