Latest Odisha News

BREAKING NEWS

ବେଙ୍ଗାଲୁରୁ: ‘ଏରୋ ଇଣ୍ଡିଆ ସୋ’ରେ ଅଗ୍ନିକାଣ୍ଡ, ଜଳିଗଲା ୩୦୦ରୁ ଅଧିକ ଗାଡି

ବେଙ୍ଗାଲୁରୁ : ବେଙ୍ଗାଲୁରୁ ସ୍ଥିତ ୟେଲହାଙ୍କା ଏୟାରବେସରେ ଅନୁଷ୍ଠିତ ହେଉଥିବା ‘ଏରୋ ଇଣ୍ଡିଆ ସୋ’ର ପାର୍କିଂ ଅଞ୍ଚଳରେ ଶନିବାର ଦିନ ଏକ ବଡ ଧରଣର ଅଗ୍ନିକାଣ୍ଡ ଘଟିଛି।

ପ୍ରାପ୍ତ ସୂଚନାନୁଯାୟୀ ଏହି ପାର୍କିଂ ଅଞ୍ଚଳରେ ଠିଆ ହୋଇଥିବା କାରରେ କୌଣସି କାରଣବଶତଃ ହଠାତ୍ ନିଆଁ ଲାଗିଯାଇଥିଲା । ଏହା କ୍ରମେ ବ୍ୟାପିବାରୁ ବଡ ଧରଣର ଅଘଟଣ ଘଟିଛି। ଆହୁରି ମଧ୍ୟ ଶୁଖିଲା ଘାସରେ ନିଆଁ ଲାଗିଯିବାର ଏହା ଅଧିକ ବ୍ୟାପିଥିଲା ।

ପରବର୍ତ୍ତୀ ସମୟରେ ଏହି ନିଆଁ ବ୍ୟାପିବାରୁ ଚାହୁଁ ଚାହୁଁ ପାର୍କିଂ ହୋଇଥିବା କାର୍ ଗୁଡିକ ଗୋଟିଏ ପରେ ଗୋଟିଏ ଜଳିବାରେ ଲାଗିଥିଲା। ଏହିଭଳି ଭାବେ ପାଖାପାଖି ୩୦୦ରୁ ଅଧିକ କାର୍ ଜଳିଯାଇଥିବା ନେଇ ସୂଚନା ମିଳିଛି ।

ତେବେ ଘଟଣାସ୍ଥଳରେ ଏୟାରଫୋର୍ସ ବିଗ୍ରେଡ୍ ୬ଟି ଗାଡି ଏବଂ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାପଡ଼ିଛି। ଏହି ଅଗ୍ନିକାଣ୍ଡ ପରେ ଏୟାର ଶୋ’କୁ ସାମୟିକ ବନ୍ଦ କରିଦିଆଯାଇଥିଲା । ଏହାବ୍ୟତିତ ଅଗ୍ନିକାଣ୍ଡରେ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି ।

Leave A Reply

Your email address will not be published.