Latest Odisha News

BREAKING NEWS

ଓଡ଼ିଶାରେ ୧୪ରେ ପାଳନ ହେବ ‘ଇଦ୍‌’

କଟକ : ଓଡିଶାରେ ଆସନ୍ତା ୧୪ ତାରିଖରେ ପାଳନ ହେବ ପବିତ୍ର ‘ଇଦ୍‌’ ପର୍ବ । ଏନେଇ ଘୋଷଣା କରିଛି ଅଞ୍ଜୁମାନ ଇସଲାମିଆ ଏହଲେ ସୁନତ୍ ଅଲ୍ ଜମାତ ଚାନ୍ଦ କମିଟି । ଆଜି ଦେଶର କୌଣସି ସ୍ଥାନରେ ଚାନ୍ଦ ଦେଖାଯାଇ ନ ଥିବାରୁ ଆସନ୍ତା ଶୁକ୍ରବାର ଦିନ ଇଦ୍ ପର୍ବ ପାଳନ କରାଯିବ ବୋଲି କମିଟି ପକ୍ଷରୁ ଘୋଷଣା କରାଯାଇଛି ।

ତେବେ କୋଭିଡ୍ କଟକଣା ମଧ୍ୟରେ ମସଜିଦ୍‌ରେ ହେବ ନମାଜ ପାଠ । ସେହିପରି ମସଜିଦ୍‌ରେ ହେବନି ସମୂହ ନମାଜ ପାଠ । ଇମାନଙ୍କ ସହ କେବଳ ୫ ଜଣ ନମାଜ ପାଠ କରିବେ । ଏନେଇ କମିଟିର ସଭାପତି ମହମ୍ମଦ ଅବଦ୍ଦୁଲ ଆହେଦ ଘୋଷଣା କରିଛନ୍ତି ।

Leave A Reply

Your email address will not be published.