Latest Odisha News

BREAKING NEWS

କଟକରେ ସିଏମସି କର୍ମଚାରୀ ଓ ପୋଲିସ ଗାଡ଼ି ଭାଙ୍ଗାରୁଜା ଘଟଣାରେ ୬୭ ବସ୍ତିବାସିନ୍ଦା ଗିରଫ

କଟକ: କାଳବୈଶାଖୀ ଜନିତ ବର୍ଷା ପବନରେ କଟକ ନୂଆପଡ଼ା ବାଲିସାହିରେ ବସ୍ତି ବାସିନ୍ଦାଙ୍କ ଟେଣ୍ଟ ଭାଙ୍ଗିବା ପରେ ଭଙ୍ଗାରୁଜା ଘଟଣାରେ କାର୍ୟ୍ୟାନୁଷ୍ଠାନ । ସିଏମିସି କର୍ମଚାରୀ ଓ ପୋଲିସ ଉପରେ ଆକ୍ରମଣ ଓ ଗାଡ଼ି ଭଙ୍ଗାରୁଜା ଘଟଣାରେ ୬୭ ଜଣ ବସ୍ତି ବାସିନ୍ଦାଙ୍କୁ ଗିରଫ କରାଯାଇଛି । ଆକ୍ରମଣ ଅଭିଯୋଗରେ ସେମାନଙ୍କୁ ଗିରଫ କରିଛି ମଧୁପାଟଣା ଥାନା ପୋଲିସ । ସେମାନଙ୍କ ଭିତରେ ୧୫ ଜଣ ମହିଳା ଅଛନ୍ତି । ୬୭ ଜଣଙ୍କ ନାଁରେ ମଧୁପାଟଣା ଥାନାରେ ମାମଲା ରୁଜୁ ହୋଇଛି ।

ଦୁଇ ଦିନ ତଳେ କାଳବୈଶାଖି ଜନିତ ବର୍ଷା ପବନରେ ବାଲିସାହିରେ ବସ୍ତି ବାସିନ୍ଦାଙ୍କ ଅସ୍ଥାୟୀ ଟେଷ୍ଟ ଉଡ଼ିଯିବା ସହ ଭାଙ୍ଗି ଯାଇଥିଲା । ଏହି ଘଟଣାରେ ତାତିଥିଲେ ଲୋକ । ପାଖରେ ଥିବା ସିଏମସି ଓ ପୋଲିସ ଗାଡ଼ି ଭଙ୍ଗାରୁଜା କରିଥିଲେ । ବେଶ କିଛି ସମୟ ପାଇଁ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା । ଏହି ଘଟଣାରେ ଥାନାରେ ମାମଲା ପରେ ଗିରଫ କରିଛି ପୋଲିସ ।

Comments are closed.