Latest Odisha News

କରୋନା ମୃତ୍ୟୁରେ ଲାଗୁନି ବ୍ରେକ୍: ଦିନକରେ ୪୧୨୦ ମୃତ୍ୟୁ, ୩ଲକ୍ଷ ୬୨ହଜାର ପଜିଟିଭ୍

ନୂଆଦିଲ୍ଲୀ: ଦେଶରେ କରୋନା ମୃତ୍ୟୁସଂଖ୍ୟାରେ ବ୍ରେକ୍ ଲାଗୁନି । ଦୈନିକ ମୃତ୍ୟୁସଂଖ୍ୟା ୪ହଜାର ଉପରେ ରହୁଛି । ଆଜି ଦେଶରେ ମହାମାରୀରେ ଆଉ ୪ହଜାର ୧୨୦ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଏହି ସମୟରେ ଚିହ୍ନଟ ହୋଇଛନ୍ତି ୩ଲକ୍ଷ ୬୨ହଜାର ୭୨୭ ନୂଆ ଆକ୍ରାନ୍ତ । ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଦୁଇ ଦିନ ହେବ ୪ ଲକ୍ଷ ତଳେ ରହିଛି । କିନ୍ତୁ ମୃତ୍ୟୁସଂଖ୍ୟା ୪ ହଜାର ପାର କରିଛି ।
୫ଟି ରାଜ୍ୟରୁ ୫୦% ପଜିଟିଭ୍
ମହାରାଷ୍ଟ୍ରରେ ସର୍ବାଧିକ ୪୬ ହଜାର ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଦୈନିକ ମୃତ୍ୟୁସଂଖ୍ୟା ରହିଛି ୮୧୬ । ସେହିପରି କର୍ଣ୍ଣାଟକରେ ପାଖାପାଖି ୪୦ହଜାର ସଂକ୍ରମିତ ହୋଇଥିବା ବେଳେ ୫୧୭ ଜଣ ପ୍ରାଣ ହରାଇଛନ୍ତି । ତାମିଲନାଡୁରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୩୦ହଜାର ପାର କରିଥିବା ବେଳେ ଆଉ ୨୯୩ ଜଣ ମୃତ୍ୟୁବରଣ କରିଛନ୍ତି । କେବଳ ୫ଟି ରାଜ୍ୟରୁ ମୋଟ୍ ଆକ୍ରାନ୍ତଙ୍କ ୫୦ ପ୍ରତିଶତ ପଜିଟିଭ୍ ବାହାରିଛନ୍ତି ।
ଦେଶରେ ୩୭ଲକ୍ଷ ଆକ୍ଟିଭ୍ କେସ୍
ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨ଲକ୍ଷ ୫୮ହଜାର ୩୧୭କୁ ବୃଦ୍ଧି ପାଇଛି । ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୨କୋଟି ୩୭ଲକ୍ଷ ୨ହଜାର ୬୬୫ । ସଂକ୍ରମିତଙ୍କ ସହ ବଢୁଛି ସୁସ୍ଥ ହାର । ଗତ ୨୪ ଘଣ୍ଟାରେ ଆଉ ୩ଲକ୍ଷ ୫୨ହଜାର ୧୮୧ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ସୁସ୍ଥ ହୋଇଛନ୍ତି ୧କୋଟି ୫୭ଲକ୍ଷ ୩୪ହଜାର ଆକ୍ରାନ୍ତ । ଏବେ ଦେଶରେ ୩୭ଲକ୍ଷ ୧୦ହଜାର ୫୨୫ଟି କରୋନା ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.