ନେପାଳ: ନେପାଳର ଏଭରେଷ୍ଟ ଅଭିଯାନ ଆୟୋଜକମାନେ ଗୁରୁବାର କହିଛନ୍ତି ଯେ ଆମେରିକା ଏବଂ ସ୍ୱିଜରଲ୍ୟାଣ୍ଡର ଦୁଇଜଣ ପର୍ବତାରୋହୀ ମାଉଣ୍ଟ ଏଭରେଷ୍ଟରେ ମୃତ୍ୟୁ ବରଣ କରିଛନ୍ତି।
ସୂଚନା ଅନୁଯାୟୀ ଶୀର୍ଷରେ ପହଞ୍ଚିବା ପରେ ସେମାନଙ୍କ ମୃତ୍ୟୁ ଘଟିଥିଲା। ଶିଖରରେ ପହଞ୍ଚିବା ପରେ ସେମାନେ ଥକି ପଡ଼ିଥିଲେ ବୋଲି ଉକ୍ତ ସଂଗଠନର ଅନ୍ୟ ଜଣେ ଅଧିକାରୀ କହିଛନ୍ତି।
ସେ କହିଛନ୍ତି ଯେ, ତାଙ୍କ ସହିତ ଖଦ୍ୟେ ଏବଂ ଅମ୍ଳଜାନ ପଠାଯାଇଥିଲେ ସୁଦ୍ଧା ଦୁର୍ଭାଗ୍ୟବଶତଃ ସେମାନଙ୍କୁ ରକ୍ଷା କରାଯାଇପାରି ନଥିଲା।
ସାମ୍ପ୍ରତିକ ଋତୁରେ, ଏଭରେଷ୍ଟ ପର୍ବତାରୋହୀଙ୍କ ସଂଖ୍ୟାରେ ବୃଦ୍ଧି ଘଟିଥିବାର ଦେଖାଯାଇଛି, ଯାହା ଫଳରେ ବହୁସଂଖ୍ୟାରେ ମୃତ୍ୟୁ ଘଟୁଥିବା ଜଣାପଡ଼ିଛି।
Comments are closed.