Latest Odisha News

BREAKING NEWS

କରୋନା କାଳରେ କରୁଣ ଚିତ୍ର: ଗଙ୍ଗା ନଦୀ ବାଲିରେ ମୃତଦେହକୁ ପୋତି ଦେଉଛନ୍ତି ଲୋକ

ଉତ୍ତରପ୍ରଦେଶ: କରୋନା ଏମିତି କଷଣ ଦେଉଛି ଯେ ଯାହା ମଣିଷ କେବେ ଦେଖିନଥିଲା କି ଭାବି ନଥିଲା । ପ୍ରତିଦିନ ସାମନାକୁ ଆସୁଛି ବିଚଳିତ କରିବା ଭଳି ଚିତ୍ର । ନିକଟରେ ଉତ୍ତରପ୍ରଦେଶ ଓ ବିହାରରେ ଗଙ୍ଗା ନଦୀରେ ସନ୍ଦିଗ୍ଧ କରୋନା ରୋଗୀଙ୍କ ମୃତଦେହ ଭାସୁଥିବା ଚିତ୍ର ସାମନାକୁ ଆସିଥିଲା । ଏବେ ଉତ୍ତରପ୍ରଦେଶ ଉନ୍ନାଓ ଜିଲ୍ଲାରେ ଗଙ୍ଗା ନଦୀ ବାଲିରେ ମୃତଦେହକୁ ପୋତି ଦିଆଯାଇଥିବା ଦୃଶ୍ୟ ଉତ୍ତରପ୍ରଦେଶରେ ସାମନାକୁ ଆସିଛି ।

ଫଟୋ ଓ ଭିଡିଓରେ ଦେଖିବାକୁ ମିଳିଛି କମଳା ରଙ୍ଗର କପଡ଼ା ଘୋଡ଼ାଇ ଯାଇଥିବା ମୃତଦେହକୁ ନଦୀ ବାଲିରେ ପୋତି ଦିଆଯାଇଛି । ପାଖାପାଖି ବହୁ ମୃତଦେହ ଏମିତି ଦେଖିବାକୁ ମିଳିଛି । ହାଜିପୁର ଅଞ୍ଚଳର ରାଓତାପୁର ଗଙ୍ଗାଘାଟରେ ମୃତଦେହକୁ ପୋତି ଦିଆଯାଇଥିବା ଖବର ପାଇବା ପରେ ଘଟଣାସ୍ଥଳକୁ ଟିମ୍ ପଠାଇଥିଲେ ଉନ୍ନାଓ ଜିଲ୍ଲାପାଳ । ସେଠାରୁ ମୃତଦେହଗୁଡ଼ିକୁ ଉଦ୍ଧାର କରାଯାଇଛି ।

ଉତ୍ତରପ୍ରଦେଶରୁ ଏଭଳି ଘଟଣା ସାମନାକୁ ଆସିବା ପରେ କରୋନାରେ ମୃତ୍ୟୁସଂଖ୍ୟା ଢ଼େର ଅଧିକ ବୋଲି ଅନୁମାନ କରାଯାଉଛି । ଦେଶରେ ଏମିତି ପରିସ୍ଥିତି ହେଲାଣି ଯେ, କେଉଁଠି କରୋନାରେ ମୃତକଙ୍କ ପାଇଁ ଚାରି କାନ୍ଧ ମିଳୁନି ତ ଆଉ କେଉଁଠି ଅନ୍ତିମ ସଂସ୍କାର ପାଇଁ ଶ୍ମଶାନରେ ଜାଗା ନାହିଁ । ଶବ ସତ୍କାର କରି ନପାରି ଲୋକ ନଦୀରେ ଭସାଇ ଦେଉଛନ୍ତି । କେହି କେହି ବାଲିରେ ପୋତି ଦେଉଛନ୍ତି ମରଶରୀର ।

Leave A Reply

Your email address will not be published.