Latest Odisha News

BREAKING NEWS

ଟି-୨୦: ଭାରତର ପ୍ରଥମେ ବ୍ୟାଟିଂ, ବିରାଟ ସ୍କୋର ଲକ୍ଷ୍ୟରେ ୨ ଓପନର୍

ବିଶାଖାପାଟଣା: ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ବିଶାଖାପାଟଣାଠାରେ ଆରମ୍ଭ ହୋଇଛି ୧ମ ଟି-୨୦ । ଭାରତ ଟସରେ ହାରି ପ୍ରଥମେ ବ୍ୟାଟିଂ କରୁଛି । ଦୁଇ ଦୁର୍ଦ୍ଦଶ ଓପନର୍ ରୋହିତ ଶର୍ମା ଓଲୋକେଶ ରାହୁଲଙ୍କ ଉପରେ ସମସ୍ତଙ୍କ ନଜର । ଯେହେତୁ ମାତ୍ର ୨ଟି ଟି-୨୦ ମ୍ୟାଚ୍ ଖେଳାଯିବାକୁ ରହିଛି ତେଣୁ ଉଭୟ ଦଳ ମ୍ୟାଚ ଜିତିବାକୁ ଚେଷ୍ଟା କରିବେ ।

ବିରାଟ ବାହିନୀର ଶକ୍ତିଶାଳୀ ବ୍ୟାଟିଂ ବିଭାଗ ଏକ ବଡ଼ ସ୍କୋର କରି ମ୍ୟାଚ୍ ଜିତିବା ଲକ୍ଷ୍ୟରେ ରହିଛି ।
ନିକଟରେ ଅଷ୍ଟ୍ରେଲିଆ ମାଟିରେ ଭାରତ କଙ୍ଗାରୁଙ୍କ ବିପକ୍ଷରେ ୧-୧ରେ ଟି-୨୦ ସିରିଜ ବରାବର କରିଥିବା ବେଳେ ଦିନିକିଆ ଶୃଙ୍ଖଳାରେ ବିରାଟ ବାହିନୀ ବିଜୟ ହାସଲ କରିପାରିଛି ।

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଏଯାବତ୍ ୧୭ଟି ଟି-୨୦ ମ୍ୟାଚ୍ ଅନୁଷ୍ଠିତ ହୋଇଛି ଏବଂ ସେଥି ମଧ୍ୟରୁ ଭାରତ ୧୧ଟି ଟି-୨୦ ମ୍ୟାଚ୍ ଜିତିଥିବା ବେଳେ ଅଷ୍ଟ୍ରେଲିଆ ଦଳ ମାତ୍ର ୬ଟି ମ୍ୟାଚ୍୍ ଜିତିପାରିଛି । ତେବେ ଆସନ୍ତା ମେ ମାସରେ ଇଂଲଣ୍ଡରେ ଅନୁଷ୍ଠିତ ହେଉଥିବା ବିଶ୍ୱକପ ପୂର୍ବରୁ ଏହା ଭାରତ ଲାଗି ଅନ୍ତିମ ସିରିଜ୍ । ତେଣୁ ଏହି ଶୃଙ୍ଖଳାରେ ଭାରତ ତା’ର ଚୂଡ଼ାନ୍ତ ଖେଳାଳି ଚୟନ କରିବାର ସମ୍ଭାବନା ରହୁଛି ।

ଭାରତୀୟ ସମ୍ଭାବ୍ୟ ଟିମ୍ : ବିରାଟ କୋହଲୀ (ଅଧିନାୟକ), ରୋହିତ ଶର୍ମା, ମହେନ୍ଦ୍ର ସିଂହ ଧୋନୀ, ଲୋକେଶ ରାହୁଲ, ଋଷଭ ପନ୍ଥ, ଦୀନେଶ କାର୍ତ୍ତିକ, କ୍ରୁନାଲ ପାଣ୍ଡ୍ୟା, ବିଜୟ ଶଙ୍କର, ୟୁଜବେନ୍ଦ୍ର ଚହଲ, ୟଶପ୍ରିତ ବୁମରା, ଉମେଶ ଯାଦବ, ସିଦ୍ଧାର୍ଥ କୌଲ ଏବଂ ମୟଙ୍କ ମାର୍କଣ୍ଡ ।

ଅଷ୍ଟ୍ରେଲିଆ ସମ୍ଭାବ୍ୟ ଟିମ୍ : ଆରୋନ୍ ଫିଞ୍ଚ (ଅଧିନାୟକ), ପ୍ୟାଟ୍ କମିନ୍ସ, ଆଲେକ୍ସ କ୍ୟାରି, ଜାସନ ବେହେରନଡ୍ରଫ, ନାଥନ କୁଲଟର ନାଇଲ, ପିଟର ହ୍ୟାଣ୍ଡକମ୍ବ, ଉସମାନ ଖ୍ୱାଜା, ନାଥନ ଲାୟନ, ଗ୍ଲେନ ମ୍ୟାକ୍ସୱେଲ, ଝେ ରିଚାର୍ଡ଼ସନ, କାନେ ରିଚାର୍ଡ଼ସନ, ମାର୍କସ ଷ୍ଟୋଇନିସ, ଆଷ୍ଟନ ଟର୍ଣ୍ଣର, ଆଦାମ ଜାମପା ।

Leave A Reply

Your email address will not be published.