Latest Odisha News

BREAKING NEWS

ମହାମାରୀ ସମୟରେ ଜିଓ ଆଣିଲା ନୂଆ ଅଫର

ମୁମ୍ବାଇ : କୋଭିଡ ଭଳି ମହାମାରୀ ସମୟରେ ଜିଓର ନୂଆ ପଦକ୍ଷେପ । ମହାମାରୀ ସମୟରେ ଜିଓ ଫୋନ୍ ବ୍ୟବହାରକାରୀଙ୍କ ସହ ଯୋଗାଯୋଗ ରଖିବା ପାଇଁ ଦୁଇଟି ସ୍ବତନ୍ତ୍ର ପଦକ୍ଷେପ ନେଇଛି ଜିଓ । ଯେଉଁମାନେ ଏହି ମହାମାରୀ ସମୟରେ ରିଚାର୍ଜ କରିବାକୁ ସକ୍ଷମ ହେଉନାହାନ୍ତି, ସେମାନଙ୍କୁ ପ୍ରତି ମାସ ବିନା ମୂଲ୍ୟରେ ୩୦୦ ମିନିଟ୍‌ର ଆଉଟ୍‌ଗୋଇଙ୍ଗ୍ କଲ୍ ଜିଓ ଫୋନ୍ ଗ୍ରାହକଙ୍କୁ ପ୍ରଦାନ କରାଯିବ । ସେହିପରି ସୁଲଭତାରେ ଆହୁରି ଉନ୍ନତି ଆଣିବା ଲାଗି ଜିଓ ଫୋନ୍ ବ୍ୟବହାରକାରୀମାନେ ରିଚାର୍ଜ କରୁଥିବା ପ୍ରତିଟି ଜିଓଫୋନ୍ ପ୍ଲାନ୍ ସହିତ ସେମାନେ ସମ୍ପୂର୍ଣ୍ଣ ମାଗଣାରେ ସମାନ ମୂଲ୍ୟର ଅତିରିକ୍ତ ରିଚାର୍ଜ ପ୍ଲାନ୍ ପାଇପାରିବେ ।

ଯଦି ଜଣେ ଜିଓ ଫୋନ୍ ଗ୍ରାହକ ୭୫ ଟଙ୍କାର ରିଚାର୍ଜ କରନ୍ତି, ତେବେ ସେ ଅତିରିକ୍ତ ୭୫ ଟଙ୍କାର ପ୍ଲାନ୍ ସମ୍ପୂର୍ଣ୍ଣ ମାଗଣାରେ ପାଇବେ । ମେ ୧୫ ତାରିଖରୁ ଆରମ୍ଭ ହେଉଥିବା ଏହି ସୁବିଧା ଜିଓ ଫୋନ୍‌ର ବାର୍ଷିକ ପ୍ଲାନ୍ କିମ୍ବା ଜିଓ ଫୋନ୍ ସହିତ ଆସୁଥିବା ବଣ୍ଡଲ୍‌ଡ୍ ପ୍ଲାନ୍ ପାଇଁ ଲାଗୁ ହେବ ନାହିଁ ।

ଏହି ଆହ୍ବାନପୂର୍ଣ୍ଣ ସମୟରେ ପ୍ରତିଟି ଭାରତୀୟଙ୍କ ସହ ଠିଆ ହୋଇ ରହିବାକୁ ରିଲାଏନ୍ସ ପ୍ରତିବଦ୍ଧ । ଏବଂ ମହାମାରୀ ଦ୍ବାରା ସୃଷ୍ଟି ହୋଇଥିବା କଠିନ ପରିସ୍ଥିତିରେ ଆଗକୁ ବଢ଼ିବା ଲାଗି ଦେଶର ନାଗରିକଙ୍କୁ ସକ୍ଷମ କରିବା ଲାଗି ଜିଓ ସମସ୍ତ ଉଦ୍ୟମ ଜାରି ରଖିବ ।

Leave A Reply

Your email address will not be published.