Latest Odisha News

BREAKING NEWS

ପ୍ରଥମ ଟି-୨୦: ୩ ୱିକେଟରେ ଜିତିଲା ଅଷ୍ଟ୍ରେଲିଆ

ବିଶାଖାପାଟଣା: ବିଶାଖାପାଟଣାର ୱାଇ ଏସ ରାଜଶେଖର ରେଡ୍ଡି ଷ୍ଟାଡ଼ିୟମରେ ଖେଳାଯାଇଥିବା ୧ମ ଟି-୨୦ ମ୍ୟାଚରେ ଭାରତକୁ ୩ ୱିକେଟରେ ପରାସ୍ତ କରିଛି ଭ୍ରମଣକାରୀ ଅଷ୍ଟ୍ରେଲିଆ ଦଳ । ଶେଷ ୨ ଓଭରରେ ୧୬ ରନ ଦରକାର ହେଉଥିବା ବେଳେ କଙ୍ଗାରୁ ଦଳ ଆବଶ୍ୟକୀୟ ରନ କରି ବିଜୟ ହାସଲ କରିପାରିଛି ।

ଆରୋନ ଫିଞ୍ଚଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ଦିଳ ଭାରତୀ ୧୨୭ ରନର ବିଜୟ ଲକ୍ଷ୍ୟକୁ ପିଛା କରି ମୂଳରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ମାତ୍ର ମାକ୍ସୱେଲଙ୍କ ଉପଯୋଗୀ ୫୬ ରନ ଏବଂ ସର୍ଟଙ୍କ ୩୭ ରନ ବଳରେ କଙ୍ଗାରୁ ଦଳର ବିଜୟ ଆଶା ଉଜ୍ଜିବୀତ ହୋଇଥିଲା ।

ଭାରତୀୟ ବୋଲର୍ ୟଶପ୍ରିତ ବୁମରା ୩ଟି, ଚହଲ ଏବଂ କ୍ରୁନାଲ ପାଣ୍ଡ୍ୟା ଗୋଟିଏ କରି ୱିକେଟ ହାସଲ କରିପାରିଛନ୍ତି ।

ଏହି ୨ଟିକିଆ ମ୍ୟାଚ ବିଶିଷ୍ଟ ଶୃଙ୍ଖଳାରେ ଅଷ୍ଟ୍ରେଲିଆ ୧-୦ରେ ଅଗ୍ରଣୀ ହାସଲ କରିପାରିଛି ।

Leave A Reply

Your email address will not be published.