ନୂଆଦିଲ୍ଲୀ: ଆରବ ସାଗରରେ ସୃଷ୍ଟି ସାମୁଦ୍ରିକ ଝଡ଼ ତାଉ’ତେ ଘନୀଭୂତ ହେଉଛି । ଆଜି ସନ୍ଧ୍ୟା ସାଢ଼େ ୫ଟା ସୁଦ୍ଧା ସାଇକ୍ଲୋନିକ୍ ଷ୍ଟର୍ମ ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ । ଆସନ୍ତାକାଲି ସକାଳ ସାଢ଼େ ୧୧ଟା ବେଳକୁ ଏହା ଭେରି ଅତି ତୀବ୍ର ସାମୁଦ୍ରିକା ଝଡ଼ (ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମ) ରୂପ ଧାରଣ କରିବ । ଏହି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।
#ଘନୀଭୂତ ହେଉଛି #ସମୁଦ୍ରିକ ଝଡ #ତାଉ‘ତେ, ଆଜି ସନ୍ଧ୍ୟା ୫.୩୦ ସୁଦ୍ଧା #ତୀବ୍ର #ସମୁଦ୍ରିକ ଝଡ ଏବଂ ଆସନ୍ତା କାଲି ସକାଳ ୧୧.୩୦ ସୁଦ୍ଧା ଅତି-ତୀବ୍ର #ସାମୁଦ୍ରିକ ଝଡର ରୂପ ନେବା ସମ୍ଭାବନା , ଏହା #୧୮ତାରିଖ ମଙ୍ଗଳ ବାର ସକାଳ ବେଳକୁ ଗୁଜୁରାଟ ଉପକୂଳ ପାଖାପାଖି ପହଁଚିବା ସମ୍ଭାବନା pic.twitter.com/tBhXZ8R3Iz
— Meteorological Centre, Bhubaneswar (@mcbbsr) May 15, 2021
ଏହାପରେ ବାତ୍ୟା ଦକ୍ଷିଣ ଦକ୍ଷି-ପଶ୍ଚିମ ଦିଗରେ ଗତି କରି ଆସନ୍ତା ୧୮ ତାରିଖ ସକାଳ ବେଳକୁ ବାତ୍ୟା ଗୁଜରାଟ ଉପକୂଳ ପହଞ୍ଚିବା ସମ୍ଭାବନା ରହିଛି । ୧୭ ଓ ୧୮ ତାରିଖରେ ଗୁଜରାଟ ଉପକୂଳରେ ପ୍ରବଳ ବର୍ଷା ପବନ ହେବ । ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମ ରୂପ ଧାରଣ କରି ଗୁଜରାଟ ଉପକୂଳ ଅତିକ୍ରମ ବେଳେ ପବନରେ ବେଗ ଘଣ୍ଟାପ୍ରତି ୧୫୦-୧୬୦ କିଲୋମିଟର ରହିପାରେ ।
#DeepDepression over Lakshadweep area & adjoining SE & eastcentral Arabian sea likely to intensify into cyclonic storm during next #12Hrs, Associated gusty wind causing surge of sea water near #Kovalam, Kerala #CycloneAlert @moesgoi @IPR_Odisha @PIB_India @rocksea @PIBTvpm pic.twitter.com/ihaXUN2Tnv
— Meteorological Centre, Bhubaneswar (@mcbbsr) May 14, 2021
ଏହାର ପ୍ରଭାବ ଆରବ ସାଗର ଉପକୂଳବର୍ତ୍ତୀ ରାଜ୍ୟରେ ଦେଖିବାକୁ ମିଳିଛି । କୋଙ୍କଣ ଓ ଗୋଆରେ ଆରମ୍ଭ ହୋଇଛି ବର୍ଷା ପବନ । ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷିବ । ବିଭିନ୍ନ ସ୍ଥାନରେ ଅଶାନ୍ତ ସମୁଦ୍ର କୂଳ ଲଂଘିଲାଣି । ବଡ଼ ବଡ଼ ଜୁଆର ଉଠୁଛି । କେରଳ, କର୍ଣ୍ଣାଟକ, ତାମିଲନାଡୁରେ ବର୍ଷା ହେବ । ଏସବୁ ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟରୁ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଅଶାନ୍ତ ରହିବ ସମୁଦ୍ର । ମତ୍ସଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି ।
Comments are closed.