Latest Odisha News

BREAKING NEWS

ଘଡ଼ଘଡ଼ି ବର୍ଷା ନେଇ ୫ ଜିଲ୍ଲାକୁ ୩ ଘଣ୍ଟା ଯାଏ ୟେଲୋ ଆଲର୍ଟ

ଭୁବନେଶ୍ୱର: ଆଜି ବି ହେବ କାଳବୈଶାଖୀ । ଅପରାହ୍ଣରେ ରାଜ୍ୟର ୫ଟି ଜିଲ୍ଲାରେ ଘଡ଼ଘଡ଼ି ବର୍ଷା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ୟେଲୋ ୱାର୍ଣ୍ଣିଂ ଜାରି କରିଛି । ସାମାନ୍ୟରୁ ମଧ୍ୟମ ଧରଣର ଘଡ଼ଘଡ଼ି ସହ ସାମାନ୍ୟ ବର୍ଷା ଆଶଙ୍କା ରହିଛି । ଏନେଇ କେନ୍ଦୁଝର, ମୟୂରଭଞ୍ଜ, ନୟାଗଡ଼, ବଲାଙ୍ଗିର ଓ ଖୋର୍ଦ୍ଧା ଜିଲ୍ଲାକୁ ଆଗାମୀ ୩ ଘଣ୍ଟା ଯାଏ ସତର୍କ ସୂଚନା ଦିଆଯାଇଛି ।

ପାଗକୁ ଦେଖି ବଜ୍ରପାତ ବେଳେ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ । ଅନ୍ୟପଟେ ଆସନ୍ତା ୪ରୁ ୫ ଦିନ ଯାଏ ଦିନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ । ୧୬ ତାରିଖରେ ମାଲକାନଗିରି, ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାରେ କାଳବୈଶାଖୀ ଆଶଙ୍କା ରହିଛି ।

Leave A Reply

Your email address will not be published.