ଭୁବନେଶ୍ୱର: ନିଷ୍ଠୁର କରୋନା ଓଡ଼ିଶାରୁ ଆଉ ଦୁଇ ଜଣ ସାମ୍ବାଦିକଙ୍କ ଜୀବନ ନେଇଛି । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ର ବରିଷ୍ଠ ସାମ୍ବାଦିକ କୈଳାସ ସାହୁଙ୍କର ଅକାଳ ବିୟୋଗ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା । ଗତକିଛି ଦିନ ତଳେ କୈଳାସ କରୋନାରେ ସଂକ୍ରମିତ ହୋଇଥିଲେ । ସେ ପାଟଣାଗଡ ସାମ୍ୱାଦିକ ସଂଘର ସଭାପତି ଥିଲେ । ପୂର୍ବରୁ ବଲାଙ୍ଗିର ସାମ୍ୱାଦିକ ସଂଘର ପୂର୍ବତନ ସଭାପତି ଥିଲେ କୈଳାସ । ୧୨ ବର୍ଷ ଧରି ଧରିତ୍ରୀରେ ସାମ୍ୱାଦିକ ଭାବେ କାର୍ୟ୍ୟ କରିଥିବା ବେଳେ ବର୍ତ୍ତମାନ ପ୍ରଗତିବାଦୀରେ କାର୍ୟ୍ୟରତ ଥିଲେ କୈଳାସ । ତାଙ୍କର ତିନୋଟି ପୁଅ ଓ ଗୋଟିଏ ଝିଅ ଅଛନ୍ତି ।
ଯାଜପୁରର ଯୁବ ସାମ୍ବାଦିକଙ୍କ ଅକାଳ ବିଯୋଗ
ସେହିପରି ଯାଜପୁର ଜିଲ୍ଲାରେ ଜଣେ ଯୁବ ସାମ୍ବାଦିକଙ୍କ ଜୀବନ ନେଇଛି କରୋନା । ତାଙ୍କ ନାଁ ରତିକାନ୍ତ ବଳ । ଘର ବଡ଼ଚଣା ବ୍ଲକ ଅନ୍ତର୍ଗତ ନଳିପୁର ଗାଁରେ । ୩୮ ବର୍ଷୀୟ ରତିକାନ୍ତ କରୋନା ସହ ଲଢ଼ି ଜୀବନ ଯୁଦ୍ଧରେ ହାରିଗଲେ । ୧୦ ଦିନ ତଳେ ସେ କରୋନା ସଂକ୍ରମିତ ହୋଇଥିଲେ । ପ୍ରଥମମେ ଟାଟା କୋଭିଡ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଅବସ୍ଥା ସଂକଟାପନ୍ନ ହେବାରୁ ଭୁବନେଶ୍ୱର ସ୍ଥାନାନ୍ତର ବେଳେ ଅଧାବାଟରେ ପ୍ରାଣବାୟୁ ଉଡ଼ିଯାଇଥିଲା । ରତିକାନ୍ତ ଏବେ ଏକାମ୍ର ଟିଭିରେ କାର୍ୟ୍ୟରତ ଥିଲେ ।
BREAKING NEWS
- ନୂଆ ରାସନ କାର୍ଡ ବଣ୍ଟନ ପାଇଁ ଜୋରଦାର ପ୍ରସ୍ତୁତି: ପରିବାରର ସମସ୍ତ ସଦସ୍ୟଙ୍କର ଇ-କେୱାଇସି ବାଧ୍ୟତାମୂଳକ
- ୧୧ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ: ଆଗାମୀ ଦିନରେ ଆହୁରି ବଢ଼ିବ ପାରା!
- ବିଜେଡିର କାର୍ଯ୍ୟକାରିଣୀ ଘୋଷଣାରେ ବିଳମ୍ବ, ଅସନ୍ତୁଷ୍ଟଙ୍କ ଉପରେ ସମସ୍ତଙ୍କ ନଜର
- ଆଇଏଏସ ନିକୁଞ୍ଜ ଧଳଙ୍କ କେନ୍ଦ୍ରୀୟ ଡେପୁଟେସନ୍: ସିଏମଓରେ ବଡ଼ ପ୍ରଶାସନିକ ଅଦଳବଦଳ ଚର୍ଚ୍ଚା
- ଦିଲ୍ଲୀ ହାଉଜଖାସ ମନ୍ଦିରରେ ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ଆୟୋଜନ
- ସ୍ୱାବଲମ୍ବୀ ହେଉଛନ୍ତି ଗାଁର ଝିଅ: ‘ଲକ୍ଷପତି ଦିଦି’ ଯୋଜନାରେ ଓଡ଼ିଶାର ମହିଳାଙ୍କ ନୂଆ ସଫଳତା
- ଆଖୁ ରସ: କେଉଁ ରୋଗରେ ଏହା ଖାଇବା ଉଚିତ ନୁହେଁ? ଜାଣନ୍ତୁ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତ
- ବଲାଙ୍ଗୀର ରାଜନୀତିରେ ତାତି! କଂଗ୍ରେସ ନେତାଙ୍କ ଫ୍ୟାକ୍ଟ୍ରି ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
- କେନ୍ଦୁଝରର ଏହି ପର୍ଯ୍ୟଟନସ୍ଥଳୀ ନିଷିଦ୍ଧାଞ୍ଚଳ ଘୋଷିତ
- ଜିଓର ନୂଆ ଫ୍ୟାମିଲି ପ୍ଲାନ୍: ମାତ୍ର ଏତିକି ଟଙ୍କାରେ ପୂରା ପରିବାରର କନେକ୍ସନ୍
Comments are closed.