Latest Odisha News

BREAKING NEWS

ଅର୍ଗସର ସାଟେଲାଇଟ୍ ଯାତ୍ରାର ଶୁଭାରମ୍ଭ

ଭୁବନେଶ୍ୱର: ମାନବ ସେବା ହିଁ ମାଧବ ସେବା । ଆଜିକା ସମୟରେ ଠିକ୍ ସମୟରେ ସଠିକ୍ ସମ୍ବାଦ ପରିବେଷଣ ମଧ୍ୟ ମାନବସେବା । ଆଉ ଅର୍ଗସ ଏପରି କାର୍ଯ୍ୟ ସୂଚାରୁ ରୂପେ ସମ୍ପାଦନ କରିବ ବୋଲି କହିଛନ୍ତି ଦେଶର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

ଶନିବାର ଦିନ ଡିଜିଟାଲ ପ୍ଲାଟଫର୍ମରେ ଥିବା ଅର୍ଗସର ସାଟେଲାଇଟର ଉଦଘାଟୀନ ଉତ୍ସବକୁ ଭର୍ଚୁଆଲ ପ୍ଲାଟଫର୍ମରେ ଲୋକାର୍ପଣ କରି କେନ୍ଦ୍ରମନ୍ତ୍ରୀ ଶ୍ରୀମତୀ ସୀତାରମଣ କହିଛନ୍ତି, ନିରପେକ୍ଷତାର ସହ ସାଧାରଣ ଲୋକ ବୁଝିପାରୁଥିବା ଭାଷାରେ ଖବର ପହଞ୍ଚାଇବା ହିଁ ଗଣମାଧ୍ୟମର ମୂଳମନ୍ତ୍ର ହେବା ଦରକାର । ଶୁଦ୍ଧ ଓ ସଠିକ ଓଡ଼ିଆ ଭାଷାରେ ଖବର ପ୍ରସାରଣ ଓଡ଼ିଆ ମାଟି ପାଇଁ ଏକ ବଡ଼ ସେବା ହେବ । ଏଥିସହିତ ଓଡ଼ିଶାର ସଂସ୍କୃତି ଓ ନାରୀ ସଶକ୍ତିକରଣ ଉପରେ ଆଲୋକପାତ କରିଥିଲେ ଶ୍ରୀମତୀ ସୀତାରମଣ । ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ ଉତ୍କଳର ମହାନ ପରମ୍ପରା ଉପରେ ମତ ରଖିଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ।

New Odia Satellite News Channel Argus Launched Virtually

ଏହି ଅବସରରେ ଯୋଗଦେଇ ବିଶିଷ୍ଟ ଲେଖିକା ପ୍ରତିଭା ରାୟ କହିଥିଲେ, ଓଡ଼ିଶାର କୃଷି, ସାହିତ୍ୟ ଓ ସଂସ୍କୃତିକୁ  ଗଣମାଧ୍ୟମ ଦେଖାଇବ । କିନ୍ତୁ ଆଜି ବି ସମାଜରେ ଥିବା ଅନ୍ଧବିଶ୍ୱାସକୁ ଦୂର କରିବାକୁ ଗଣମାଧ୍ୟମ ଚେଷ୍ଟା କରିବା ଦରକାର । ସେ ଆଶା ବ୍ୟକ୍ତ କରି କହିଛନ୍ତି ଅର୍ଗସ ମାଟିର କଥା କହିବ ଏବଂ ଓଡ଼ିଆ ଭାଷାର କଥା କହିବ । ସେହିପରି ସମ୍ମାନୀତ ଅତିଥି ପଦ୍ମଶ୍ରୀ ପୂର୍ଣ୍ଣମାସୀ ଜାନୀ କବିତା ଆବୃତି କରି ଓଡିଶାର କଳା ସଂସ୍କୃତିକୁ ବଖାଣିଥିଲେ । ଗୀତରେ ଗୀତରେ ଓଡ଼ିଶା ଏବଂ ଓଡ଼ିଆବାସୀଙ୍କ କଥା କହିଥିଲେ । ଆଉ ଅର୍ଗସ ସାଧାରଣ ଲୋକଙ୍କ ପାଇଁ କାମ କରିବାକୁ କହିଥିଲେ ।

ଅର୍ଗସର ମୁଖ୍ୟ ସମ୍ପାଦକ ସଞ୍ଜୟ ଜେନା ଅତିଥି ପରିଚୟ ପ୍ରଦାନ କରିବା ସହ ଅର୍ଗସର ୩ ବର୍ଷର ଯାତ୍ରା ଉପରେ ଆଲୋକପାତ କରିଥିଲେ । ସତ୍ୟର ସନ୍ଧାନ ଅର୍ଗସ ସବୁବେଳେ ଲୋକଙ୍କ ସହିତ ନାରାର ବାଖ୍ୟା କରିବା ସହ ତୃଣମୂଳ ତଥା ସାଧାରଣ ଗରିବ ଲୋକଙ୍କୁ ଖବରର କେନ୍ଦ୍ରବିନ୍ଦୁ କରିବ ବୋଲି କହିଥିଲେ ।

Leave A Reply

Your email address will not be published.