Latest Odisha News

BREAKING NEWS

ଭୁବନେଶ୍ବରରୁ ପୁଣି ରେକର୍ଡ ସଂଖ୍ୟକ ପଜିଟିଭ୍, ଚିହ୍ନଟ ହେଲେ ୧୩୫୩ ଆକ୍ରାନ୍ତ

ଭୁବନେଶ୍ବର : ସାରା ରାଜ୍ୟରେ ଏବେ ଚିନ୍ତା ବଢ଼ାଇଛି ମହାମାରୀ କରୋନା । କିନ୍ତୁ ସବୁଠୁ ଅଧିକ ଟେନସନ ଦେଉଛି ରାଜଧାନୀ ଭୁବନେଶ୍ବର । କାରଣ ହଟସ୍ପଟ ପାଲଟିଥିବା ରାଜଧାନୀ ଭୁବନେଶ୍ବରରୁ ଆଜି ପୁଣି ରେକର୍ଡ ସଂଖ୍ୟକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଜି ଭୁବନେଶ୍ବରରୁ ଚିହ୍ନଟ ହୋଇଛନ୍ତି ୧୩୫୩ ଆକ୍ରାନ୍ତ । କ୍ବାରେଣ୍ଟାଇନରୁ ୨୧୮ ଜଣ ଥିବା ବେଳେ, ଲୋକାଲ କେସ୍ ରହିଛି ୧୧୩୫ । ସେହିପରି ଆଜି ସୁସ୍ଥ ହୋଇଛନ୍ତି ୯୩୮ ଆକ୍ରାନ୍ତ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ବିଏମସି ।

ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ପଟିଆରୁ ସର୍ବାଧିକ ୧୦୨ ଜଣ ଅଛନ୍ତି । ସେହିପରି ନୟାପଲ୍ଲୀରୁ ୭୮ ଜଣ ଥିବା ବେଳେ, ଓଲ୍ଡ ଟାଉନରୁ ୫୯, ଖଣ୍ଡଗିରି, ଡୁମୁଡୁମା ଓ ଲକ୍ଷ୍ମୀସାଗରରୁ ୪୫ ଜଣ ଲେଖାଏଁ, ଝାରପଡ଼ାରୁ ୩୭, ଚନ୍ଦ୍ରଶେଖରପୁରରୁ ୩୦, ବରମୁଣ୍ଡାରୁ ୨୮, ନୀଳାଦ୍ରିବିହାରରୁ ୨୫, ୟୁନିଟ୍-୮ରୁ ୨୫, ଜୟଦେବ ବିହାରରୁ ୨୦, ମଞ୍ଚେଶ୍ବରରୁ ୧୬, ରସୁଲଗଡ଼ରୁ ୩୭, ସହିଦନଗରରୁ ୩୬, ପଳାଶପଲ୍ଲୀରୁ ୨୫, ୟୁନିଟ-୬ରୁ ୨୨, ୟୁନିଟ-୯ରୁ ୨୫, ପୋଖରୀପୁଟ ଓ ପାତ୍ରପଡ଼ାରୁ ୨୩ ଜଣ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିପରି କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ପଜିଟିଭଙ୍କ ମଧ୍ୟରୁ ଲକ୍ଷ୍ମୀସାଗରରୁ ୧୬ ଜଣ ଥିବା ବେଳେ, ପଟିଆରୁ ୧୪, ନୟାପଲ୍ଲୀରୁ ୧୪, ଡୁମୁଡୁମାରୁ ୯ ଜଣ ଅଛନ୍ତି । ଏହାସହ ବାକି ଅଞ୍ଚଳରୁ ମଧ୍ୟ କିଛି ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜିର ସଂଖ୍ୟାକୁ ମିଶାଇ ଭୁବନେଶ୍ବରରେ ଏପର୍ଯ୍ୟନ୍ତ ଆକ୍ରାନ୍ତ ହେଲେଣି ୬୧ ହଜାର ୬୩୪ ଜଣ । ଏମାନଙ୍କ ମଧ୍ୟରୁ ୪୯ ହଜାର ୨୨୪ ଜଣ ସୁସ୍ଥ ହୋଇଥିବା ବେଳେ, ୨୯୩ ଜଣଙ୍କ ଜୀବନ ନେଲାଣି ଭାଇରସ । ବାକି ୧୨ ହଜାର ୯୦୬ ଜଣଙ୍କ ଚିକିତ୍ସା ଚାଲିଛି ।

Leave A Reply

Your email address will not be published.