Latest Odisha News

୨୬ ଦିନ ପରେ ପ୍ରଥମ ଥର ପାଇଁ ୩ ଲକ୍ଷ ତଳକୁ ଖସିଲା ଦୈନିକ ସଂକ୍ରମଣ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶ ୨୮୧,୩୮୬ ନୂଆ କରୋନା ମାମଲା ରିପୋର୍ଟ ହୋଇଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୋମବାର ସୂଚନା ଦେଇଛି।

୨୬ ଦିନ ପରେ ପ୍ରଥମ ଥର ପାଇଁ ଦୈନିକ ସଂକ୍ରମଣ ସଂଖ୍ୟା ୩ ଲକ୍ଷ ତଳକୁ ଖସିଛି।

ସୂଚନାଯାଗ୍ୟ ସାପ୍ତାହିକ ପଜିଟିଭ ହାର ମଧ୍ୟ ହ୍ରାସ ପାଇଛି ଯାହା ସୋମବାର ଦିନ ୧୮.୧୭ ପ୍ରତିଶତ ରହିଛି।

ଏହାସହ ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୭୮,୭୪୧ ଆରୋଗ୍ୟଲାଭ କରିଛନ୍ତି। ସୋମବାର ସୁଦ୍ଧା ମୋଟ ସୁସ୍ଥଙ୍କ ସଂଖ୍ୟା ୨୧,୧୭୪,୦୬୭ରେ ପହଞ୍ଚିଛି।

Comments are closed.