Latest Odisha News

BREAKING NEWS

ଧଳା ଜହର ସୌଦାଗର ସାଜିଥିଲେ ମାଛ ବେପାରୀ !

ଭୁବନେଶ୍ୱର: ମାଛ ବେପାର ସାଜିଥିଲା ଢାଲ । ମାଛ ବଦଳରେ ଚାଲିଥିଲା ବ୍ରାଉନ୍ ସୁଗାର କାରବାର । କୋଡ୍ ୱାର୍ଡ କିମ୍ବା ପୂର୍ବରୁ ହୋଇଥିବା ଡିଲ୍‌କୁ ନେଇ ଚାଲିଥିଲା ସିକ୍ରେଟ୍ ସର୍ଭିସ୍ । ଏପରିକି ପୋଲିସକୁ ଚକ୍‌ମା ଦେବା ପାଇଁ ଧଳା ଜହରର ସୌଦାଗାର ସାଜିଥିଲେ ମାଛ ବେପାରୀ ।

ରାଜଧାନୀର ହାଇଟେକ୍ ଛକରୁ ଆଜି କମିଶନରେଟ୍ ପୋଲିସ ହାତରେ ଧରାପଡିଛନ୍ତି ଦୁଇ ବ୍ରାଉନ୍ ସୁଗାର ବେପାରୀ । ଅଭିଯୁକ୍ତମାନେ ବାଲେଶ୍ୱର ବାସିନ୍ଦା ହୋଇଥିବାବେଳେ ତାଙ୍କୁ ଗିରଫ କରିଥିଲା କୁଇକ୍ ଆକ୍ସନ୍ ଟିମ୍ ଓ ମଂଚେଶ୍ୱର ଥାନା ପୋଲିସ । ଗିରଫ ଅଭିଯୁକ୍ତଙ୍କଠାରୁ ୬୦ ଲକ୍ଷ ଟଙ୍କା ମୂଲ୍ୟର ୫୧୮ ଗ୍ରାମ୍ ବ୍ରାଉନ୍ ସୁଗାର ଜବତ ହୋଇଛି ।

ବ୍ରାଉନ୍ ସୁଗାରକୁ ବାଦ୍ ଦେଲେ ଅଭିଯୁକ୍ତଙ୍କଠାରୁ ନଗଦ ୧୯୦୦ ଟଙ୍କା ଓ ଗୋଟିଏ ପିକଅପ୍ ଭ୍ୟାନ୍ ମଧ୍ୟ ପୋଲିସ ଜବତ କରିଛି । ପଚରାଉଚରାରୁ ଜଣାପଡିଥିଲା ଅଭିଯୁକ୍ତମାନେ ଜଳେଶ୍ୱରରୁ ପିପିଲି ପର୍ଯ୍ୟନ୍ତ ଯାଇଥିଲେ । ବ୍ରାଉନ୍ ସୁଗାରକୁ ଏକ ଗାମୁଛାରେ ଆବୃତ୍ତ କରି ଡ୍ରାଇଭର୍ ସିଟ୍ ତଳେ ରଖିଥିଲେ ।
ପୋଲିସକୁ ଚକ୍‌ମା ଦେବା ପାଇଁ ୨ ଅଭିଯୁକ୍ତ ଗାଡିରେ ପ୍ଲାଷ୍ଟିକ ଟ୍ରେ ରଖିଥିଲବେଳେ କାରବାରର ମୁଖ୍ୟ କାର୍ପଟଦାରକୁ ଧରିବା ଲାଗି ପୋଲିସ ଛାନ୍‌ଭିନ୍ ଚଳାଇଛି । ତେବେ ଅଭିଯୁକ୍ତଙ୍କ ଗିରଫଦାରି ପରେ ପ୍ରଶ୍ନ ଉଠୁଛି ଯେ, ଲକଡାଉନ୍ ଓ ସଟଡାଉନ୍ ସତ୍ତ୍ୱେ ସେମାନେ ବାଲଶ୍ୱରରୁ ଭୁବନେଶ୍ୱର ଆସିଲେ କିପରି ?

Leave A Reply

Your email address will not be published.