Latest Odisha News

BREAKING NEWS

ପୂର୍ବତଟ ରେଳବାଇ ପକ୍ଷରୁ ପରୀକ୍ଷାମୂଳକ ଭାବେ ଗଡ଼ିଲା ୨ହଜାର ମିଟର ଲମ୍ବ ଟ୍ରେନ୍

ଭୁବନେଶ୍ୱର: ଖର୍ଚ୍ଚକାଟ ତଥା ସ୍ୱଳ୍ପ ମାନବ ସମ୍ବଳକୁ ଦୃଷ୍ଟିରେ ପୂର୍ବତଟ ରେଳପଥ ପକ୍ଷରୁ ତିନୋଟି ଟ୍ରେନର ମିଶ୍ରଣରେ ଏକକାଳୀନ ୨,୦୦୦ ମିଟର ଲମ୍ବର ଟ୍ରେନକୁ ପରୀକ୍ଷାମୂଳକ ଭାବେ ଚାଳିତ କରିଛନ୍ତି ।

ପରୀକ୍ଷାମୂଳକ ଭାବେ ରେଳ ଟ୍ରାକରେ ଗଡ଼ିଥିବା ଏହି ଟ୍ରେନର ଲମ୍ବ ହେଉଛି ୨,୦୦୦ ମିଟର ।

“ଏହି ଟ୍ରେନଟି ୧୪୭ଟି ୱାଗନ, ୩ଟି ବ୍ରେକ୍ / ଗାର୍ଡ଼ ଭ୍ୟାନ ସହିତ ୪ଟି ଇଞ୍ଜିନ୍ ସଂଯୋଗ ହୋଇ ପରୀକ୍ଷାମୂଳକ ଭାବେ ସମ୍ବଲପୁର ରେଳ ଡ଼ିଭିଜନ ଅନ୍ତର୍ଗତ ଗୋଡ଼ଭାଙ୍ଗ ଓ ବଲାଙ୍ଗୀର ଷ୍ଟେସନ ମଧ୍ୟରେ ଚାଲିବ,” ବୋଲି ପୂର୍ବତଦ ରେଳପଥ ଏକ ବିଜ୍ଞପ୍ତିରେ ପ୍ରକାଶ କରିଛି ।

ଏହି ଲମ୍ବା ଟ୍ରେନର ପରିକଳ୍ପନା କିଛି ବର୍ଷ ପୂର୍ବରୁ ଏକ ପାଇଲଟ୍ ପ୍ରୋଜେକ୍ଟ ଭାବେ ଗ୍ରହଣ କରାଯାଇଥିଲା । ଏହି ଯୋଜନା କାର୍ଯ୍ୟକାରୀ ହୋଇପାରିଲେ ଅନେକ ମାଲବାହୀ ରେଳ ଚଳାଚଳ ଏହି ରୂପେ ଫଳପ୍ରଦ ମଧ୍ୟ ହୋଇପାରିବାର ସମ୍ଭାବନା ରହିଛି ।

ଏହି କ୍ରମରେ ଉତ୍ତର ମଧ୍ୟ ରେଳ ବିଭାଗ ପକ୍ଷରୁ ‘ପାଇଥନ’ ସେବା ଭାବେ ଏବଂ ପଶ୍ଚିମ ରେଳବାଇ ପକ୍ଷରୁ ଏହା ‘ଆନାକୋଣ୍ଡା’ ଭାବେ ଜନାଦୃତି ଲାଭ କରିପାରିଛି ।

ଏହି ଯୋଜନାକୁ ବିଭିନ୍ନ ଦେଶ ଯଥା -ଅଷ୍ଟ୍ରେଲିଆ, ଋଷିଆ ଏବଂ ଯୁକ୍ତରାଷ୍ଟ୍ର ଆମେରିକା କାର୍ଯ୍ୟକାରୀ କରି ରେଳ ଚଳାଚଳରେ ସଫଳ ହୋଇପାରିଛନ୍ତି ।

Leave A Reply

Your email address will not be published.