Latest Odisha News

BREAKING NEWS

ଓଡିଶା ମୁଖ୍ୟମନ୍ତ୍ରୀଙ୍କ ୩୩% ମହିଳା ଆରକ୍ଷଣକୁ ମିଳିତ ଜାତିସଂଘର ପ୍ରଶଂସା

ଭୁବନେଶ୍ୱର : ଦେଶର ସମସ୍ତ ବିଧାନସଭା ଓ ସଂସଦରେ ମହିଳାଙ୍କ ଲାଗି ୩୩% ଆରକ୍ଷଣ ନିମନ୍ତେ ପ୍ରସ୍ତାବ ଦେଇଥିବା ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମିଳିତ ଜାତିସଂଘର ଲିଙ୍ଗୀୟ ସମାନତା ଓ ମହିଳା ସଶକ୍ତିକରଣ (ୟୁଏନ୍ ମହିଳା) ବିଭାଗ ଭୂୟସୀ ପ୍ରଶଂସା କରିଛନ୍ତି ।

ଆମେ ଅତ୍ୟନ୍ତ ଆନନ୍ଦିତ ଯେ, ସଂସଦରେ ଏଥିପାଇଁ ସମ୍ୱିଧାନ ସଂଶୋଧନ ବିଧେୟକ୍ ବିଲ୍ ପାରିତ କରିବା ପାଇଁ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଓଡିଶା ସରକାର ଅନୁରୋଧ କରିଥିଲେ । ରାଜ୍ୟଗୁଡିକର ଏଭଳି ପ୍ରତିବଦ୍ଧତା ତଥା ରାଷ୍ଟ୍ରୀୟ ସ୍ତରରେ ଏହି ପ୍ରସଙ୍ଗ ଉପରେ ଆଲୋଚନା କରିବା ପାଇଁ ଆମେ ଓଡିଶା ସରକାରଙ୍କୁ ପ୍ରଶଂସା କରିଛୁ ବୋଲି ଜାତିସଂଘ ମହିଳା ପ୍ରତିନିଧି ନିଷ୍ଠା ସତ୍ୟମ୍ କହିଛନ୍ତି ।

ସେ ପତ୍ରରେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି, ଏହି ପରି ଭାବେ ଯଦି ସମୁଦାୟ ଜନସଂଖ୍ୟାର ଅର୍ଦ୍ଧାଧିକ ଭାଗ ବିକାଶମୂଳକ ଜନହିତକର କାର୍ଯ୍ୟ ପରି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ପାରିଲେ ଦେଶର ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ନିରନ୍ତର ବିକାଶ ହୋଇପାରିବ ।

ଓଡିଶା ସରକାରଙ୍କ ସହ ପୂର୍ବରୁ ଦୀର୍ଘ ଦଶନ୍ଧି ଧରି ମହିଳା ସଶକ୍ତିକରଣ ଲିଙ୍ଗୀୟ ସମାନତା ପରି ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାବଳୀକୁ ମହିଳା ମିଳିତ ଜାତିସଂଘ ତଥା ଓଡିଶା ସରକାରଙ୍କ ପଞ୍ଚାୟତରାଜ ବିଭାଗ କାର୍ଯ୍ୟକାରି କରି ଆସୁଛନ୍ତି ବୋଲି ଏହି ପତ୍ର ମାଧ୍ୟମରେ ଜାତିସଂଘ ତରଫରୁ ଉଲ୍ଲେଖ କରି କୁହାଯାଇଛି ।

Leave A Reply

Your email address will not be published.