Latest Odisha News

BREAKING NEWS

ଚୀନରେ ୩ କୋଟି ପୁରୁଷ ଅବିବାହିତ !

ବେଜିଂ: ବିଶ୍ୱର ସବୁଠାରୁ ଜନବହୂଳ ରାଷ୍ଟ୍ର ଚୀନ ବିଭିନ୍ନ ସମସ୍ୟା ଦେଇ ଗତି କରୁଛି । ଏବେ କରାଯାଇଥିବା ଜନଗଣନା ଅନୁସାରେ ଚୀନରେ ୩ କୋଟି ପୁରୁଷ ଅବିବାହିତ ରହିଛନ୍ତିି । ପ୍ରତି ବର୍ଷ ପୁଅଙ୍କ ସଂଖ୍ୟା ବଢ଼ିବା ଯୋଗୁ ଏହି ସମସ୍ୟା ସୃଷ୍ଟି ହେଉଛି । ଗତ ବର୍ଷ ୧.୨ କୋଟି ଶିଶୁ ଜନ୍ମ ଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରୁ ୧୦୦ କନ୍ୟା ସନ୍ତାନ ତୁଳନାରେ ପୁଅଙ୍କ ସଂଖ୍ୟା ଥିଲା ୧୧୧.୩ ।

ବିବାହ ଯୋଗ୍ୟ ପୁରୁଷଙ୍କ ପାଇଁ କନ୍ୟା ଖୋଜିବା ଏବେ ସେଠାରେ ବଡ ସମସ୍ୟା ଭାବେ ଉଭା ହୋଇଛି । ଏହାକୁ ଦେଖି ଅନେକ ଯୁବକ ବ୍ୟାଚଲୋର ଜୀବନ କାଟିବାକୁ ପସନ୍ଦ କରୁଛନ୍ତି ।

Comments are closed.