Latest Odisha News

କେଜ୍ରିୱାଲଙ୍କ ଟୁଇଟ ମିଥ୍ୟା ବୋଲି କହିଲା ସିଙ୍ଗାପୁର

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଏକ ଟୁଇଟର ଉତର ବୁଧବାର ସିଙ୍ଗାପୁର ପକ୍ଷରୁ ରଖାଯାଇଛି । ମଙ୍ଗଳବାର କେଜ୍ରିୱାଲ କହିଥିଲେ ସିଙ୍ଗାପୁରରେ କରୋନା ଭାଇରସର ନୂତନ ଷ୍ଟ୍ରେନ ମିଳିଛି ଏବଂ ଭାରତ ଏଥିପ୍ରତି ସତର୍କ ରହିବା ସହ ବିମାନ ସେବା ବାତିଲ କରିବା ପାଇଁ କହିଥିଲେ । ଏହି ଷ୍ଟ୍ରେନ ପିଲାମାନଙ୍କୁ ବିଶେଷ ଭାବେ ସଂକ୍ରମିତ କରୁଥିବାରୁ ତାଙ୍କ ଟୁଇଟ ଆଲୋଚନା ପରିସରକୁ ଆସିଥିଲା । ତେବେ ସିଙ୍ଗାପୁର ପକ୍ଷରୁ ସ୍ପଷ୍ଟ କରାଯାଇଛି ଏହି ଟୁଇଟ ତଥ୍ୟ ଭିତିକ ନୁହେଁ ।

ଏଠାରେ ଏବେ ବି.୬.୬୧୭.୨ ଭେରିଏଂଟ ମିଳିଛି, ଯାହାକି ଭାରତରେ ଏବେ ଉତ୍ପାତ ମଚାଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଧ୍ୟ ଟୁଇଟକୁ କୋଟ କରି ଉପରୋକ୍ତ ବୟାନ ଜାରୀ କରିଛନ୍ତି । ଭାରତରୁ କରୋନାର ଉପରୋକ୍ତ ଷ୍ଟ୍ରେନ ଆସିବା ସହ ଏଠାରେ ବି ତାଣ୍ଡବ ରଚୁଛି ବୋଲି ସିଙ୍ଗାପୁର ପକ୍ଷରୁ କୁହାଯାଇଛି ।

Comments are closed.