Latest Odisha News

BREAKING NEWS

ନିଜ ସରକାରୀ ବାସଭବନକୁ କୋଭିଡ୍‌ କେୟାର୍‌ ସେଣ୍ଟର କଲେ ତେଜସ୍ୱୀ ଯାଦବ

ପାଟନା: ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ତେଜସ୍ୱୀ ଯାଦବ ବୁଧବାର ତାଙ୍କ ସରକାରୀ ବାସଭବନକୁ କୋଭିଡ୍‌ କେୟାର ସେଣ୍ଟରରେ ପରିଣତ କରିଛନ୍ତି।

ଶ୍ରୀ ଯାଦବ ତାଙ୍କ ବ୍ୟକ୍ତିଗତ ପାଣ୍ଠିରୁ ପାଟନାରେ ଏହି କେନ୍ଦ୍ର ସ୍ଥାପନ କରିଛନ୍ତି। ସେ କହିଛନ୍ତି ଯେ ଏଥିରେ ସମସ୍ତ ଆବଶ୍ୟକୀୟ ଚିକିତ୍ସା ଉପକରଣ, ଶଯ୍ୟା, ଅମ୍ଳଜାନ ଏବଂ ମାଗଣା ଖାଦ୍ୟ ପାଇଁ ବ୍ୟବସ୍ଥା ରହିଛି।

ସେ କହିଛନ୍ତି ଯେ ଆମକୁ ଦିଆଯାଇଥିବା ସମସ୍ତ ସରକାରୀ ବାସଭବନକୁ କୋଭିଡ୍‌ କେୟାର ସେଣ୍ଟର, କ୍ବାରେଣ୍ଟାଇନ୍‌ ସେଣ୍ଟରରେ ପରିଣତ କରିବାକୁ ମୁଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରୁଛି କାରଣ ଲୋକମାନେ ସରକାରୀ ଡାକ୍ତରଖାନାରେ ଶଯ୍ୟା, ଅମ୍ଳଜାନ ଏବଂ ଅନ୍ୟାନ୍ୟ ଚିକିତ୍ସା ଭଳି ସୁବିଧା ପାଇପାରୁ ନାହାଁନ୍ତି।

ସୂଚନା ଅନୁଯାୟୀ, କୋଭିଡ୍‌-୧୯ କେନ୍ଦ୍ରକୁ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ପରିପ୍ରେକ୍ଷୀରେ ସେ ସରକାରଙ୍କୁ ଏକ ଚିଠି ଲେଖି କୋଭିଡ୍‌ କେୟାର ସେଣ୍ଟର ନେବାକୁ କହିଛନ୍ତି।

Leave A Reply

Your email address will not be published.