Latest Odisha News

ଗଞ୍ଜାମ ଓ କନ୍ଧମାଳରେ ୩ ବ୍ଲକ୍ ସଭାପତିଙ୍କୁ ନିଯୁକ୍ତ କଲେ ନବୀନ

ଭୁବନେଶ୍ୱର : ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନ ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାର ୩ଟି ବ୍ଲକରେ ସଭାପତିଙ୍କୁ ନିଯୁକ୍ତ କରିଛନ୍ତି ।

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକର ଦଳୀୟ ଅଧ୍ୟକ୍ଷ ଭାବେ ନବୀନ ଆଜି ଆଡଭୋକେଟ୍ ରାଜେନ୍ଦ୍ର ପ୍ରସାଦ ପ୍ରଧାନଙ୍କୁ ନିଯୁକ୍ତ କରିଛନ୍ତି ।

ସେହିପରି କନ୍ଧମାଳ ଜିଲ୍ଲାର କେ. ନୂଆଗାଁ ବ୍ଲକରେ ବାସୁଦେବ ପଣ୍ଡା ଅଧ୍ୟକ୍ଷ ହୋଇଥିବା ବେଳେ ରାଜେଶ କୁମାର ଦିଗଲ ଚକପଡା ବ୍ଲକର ଅଧ୍ୟକ୍ଷ ରୂପେ ନିଯୁକ୍ତ ହୋଇଛନ୍ତି ।

Leave A Reply

Your email address will not be published.