Latest Odisha News

BREAKING NEWS

ଜଳ ସଂରକ୍ଷଣ ଲାଗି କୋରାପୁଟକୁ ମିଳିଲା ପୁରସ୍କାର

କୋରାପୁଟ : କେନ୍ଦ୍ର ଜଳ ସମ୍ପଦ ବିକାଶ ମନ୍ତ୍ରୀ ନୀତିନ ଗଡକରି ସୋମବାର ଦିନ ଓଡିଶାର କୋରାପୁଟ ଜିଲ୍ଲାକୁ ଜଳ ସଂରକ୍ଷଣ ନିମନ୍ତେ ପୁରସ୍କୃତ କରିଛନ୍ତି । ନୂଆଦିଲ୍ଲୀସ୍ଥିତ ଭାରତୀୟ ସମ୍ବିଧାନ କ୍ଲବ ପରିସରରେ ଥିବା ମାଭଲଙ୍କର ହଲର ଏକ ବର୍ଣ୍ଣାଢ୍ୟ ଉତ୍ସବରେ ପୁରସ୍ଖାର ପ୍ରଦାନ କରାଯାଇଛି ।

କୋରାପୁଟ ଜିଲ୍ଲା ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଭବାନୀ ଶଙ୍କର କାଲୋ ଏହି ପୁରସ୍କାର ଗ୍ରହଣ କରିଛନ୍ତି ।

ସୂଚନାଯୋଗ୍ୟ ଯେ, କୋରାପୁଟ ଜିଲ୍ଲାକୁ ରିଜୁଭେନସନ୍ ଓ କ୍ରିଏସନ୍ ଅଫ୍ ୱାଟର୍ ବଡିଜ୍ ତଥା ଗ୍ରାଉଣ୍ଡ ୱାଟର୍ ରିଚାର୍ଜ କାଟାଗୋରୀ ପରି ୨ଟି ଶ୍ରେଣୀରେ ସମ୍ମାନିତ କରାଯାଇଥିଲା । ୮୨ ତମ ଜାତୀୟ ଜଳ ପୁରସ୍କାର ଉତ୍ସବରେ ୧୪ଟି କାଟାଗୋରୀରେ ଆୱାର୍ଡ ପ୍ରଦାନ କରାଯାଇଛି ।

କେନ୍ଦ୍ର ସରକାରଙ୍କ ଦ୍ୱାରା ସମ୍ପୃକ୍ତ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ଏକ ବିଜ୍ଞପ୍ତି ଅନୁସାରେ ଜଳ ସଂରକ୍ଷଣ ଓ ଏହାର ଉଚିତ ବ୍ୟବହାର କିପରି ଭାବେ କୃଷକମାନେ କରିପାରିବେ ଏନେଇ ସେମାନଙ୍କୁ ପ୍ରୋତ୍ସାହିତ କରିବା ଏହି ପୁରସ୍କାର ଉଦ୍ଦେଶ୍ୟ ବୋଲି ଉକ୍ତ ପ୍ରେସ ବିଜ୍ଞପ୍ତିରୁ ଜଣାପଡିଛି ।

Leave A Reply

Your email address will not be published.