Latest Odisha News

ମହାରାଷ୍ଟ୍ର ଯାଉଥିଲେ ନେଗେଟିଭ ଆରଟିପିସିଆର ରିପୋର୍ଟ ବାଧ୍ୟତାମୂଳକ

ମୁମ୍ବାଇ: ମହାରାଷ୍ଟ୍ର ଯାଉଥିଲେ ବ୍ୟକ୍ତିଙ୍କୁ ନେଗେଟିଭ ଆରଟିପିସିଆର ଟେଷ୍ଟ ରିପୋର୍ଟ ଦେଖାଇବାକୁ ପଡ଼ିବ। ଆଉ ଏହି ଟେଷ୍ଟ ମହାରାଷ୍ଟ୍ରରେ ପ୍ରବେଶ କରିବାର ୪୮ ଘଣ୍ଟା ପୂର୍ବର ହୋଇଥିବା ଆବଶ୍ୟକ।

ଏହି ନିୟମ ପରିବହନର ସମସ୍ତ ମାଧ୍ୟମ ପାଇଁ ପ୍ରଯୁଜ୍ୟ।

ସମ୍ବେଦନଶୀଳ ଅଞ୍ଚଳରୁ ଅର୍ଥାତ କେରଳ, ଗୋଆ, ରାଜସ୍ଥାନ, ଗୁଜୁରାଟ, ଦିଲ୍ଲୀ ଏବଂ ଏନସିଆର ଅଞ୍ଚଳ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ଏବଂ ଉତ୍ତରପ୍ରଦେଶରୁ ଆସୁଥିବା ବ୍ୟକ୍ତିଙ୍କ ସହିତ ଭାରତର ଯେକୌଣସି ଅଞ୍ଚଳରୁ ମହାରାଷ୍ଟ୍ର ଆସୁଥିବା ଯାତ୍ରୀ ମାନଙ୍କ ପାଇଁ ଏପ୍ରିଲ ମାସ ୧୮ ତାରିଖ ଓ ମଇ ମାସ ପହିଲା ଆଦେଶନାମା ଅନୁଯାୟୀ ସମସ୍ତ ପ୍ରତିବନ୍ଧକ ପ୍ରଯୁଜ୍ୟ ହେବ।

ରାଜ୍ୟ ଗୁଡିକର ସର୍ବଶେଷ ଉପଦେଷ୍ଟା ନିମ୍ନ ଲିଖିତ ୱେବସାଇଟ୍ http://contents.irctc.co.in/en/stateWiseAdvisory.html ରେ ଉପଲବ୍ଧ।

ଦୂରଗାମୀ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ପରାମର୍ଶ ଦିଆଯାଉଅଛି ଯେ ସେମାନେ ଯାତ୍ରା କରିବା ପୂର୍ବରୁ କୋଭିଡ ୧୯ ଯାତ୍ରା ଆଦେଶନାମା ଅନୁସରଣ କରିବା ସହିତ ଅନ୍ୟମାନଙ୍କ ସୁରକ୍ଷା ପ୍ରତି ଧ୍ୟାନଦେବାକୁ ଅନୁରୋଧ କରାଯାଇଛି।

Comments are closed.