ନୂଆଦିଲ୍ଲୀ: ଦେଶରେ ବଢୁଛି କରୋନା ସଂକ୍ରମଣ । କିନ୍ତୁ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ତିନି ଲକ୍ଷ ତଳେ ରହିଛି । କିନ୍ତୁ ପ୍ରତିଦିନ ଆକ୍ରାନ୍ତଙ୍କ ଅପେକ୍ଷା ଅଧିକ ସୁସ୍ଥ ହେଉଛନ୍ତି । ଗତ ୨୪ ଘଣ୍ଟାରେ ଦେଶରେ ୨୦ଲକ୍ଷ ୬୬ ହଜାର କୋଭିଡ୍ ଟେଷ୍ଟ ହୋଇଛି । ଚିହ୍ନଟ ହୋଇଛନ୍ତି ୨ଲକ୍ଷ ୫୭ହଜାର ୨୯୯ ନୂଆ ସଂକ୍ରମିତ । ଏହି ସମୟରେ ସୁସ୍ଥ ହୋଇଛନ୍ତି ୩ଲକ୍ଷ ୫୭ହଜାର ୬୩୦ ଆକ୍ରାନ୍ତ । ଅର୍ଥାତ ସଂକ୍ରମିତଙ୍କ ଅପେକ୍ଷା ସୁସ୍ଥ ସଂଖ୍ୟା ଲକ୍ଷେ ଅଧିକ ।
ଦେଶରେ ସୁସ୍ଥହାର ୮୮%
ଗତ ସପ୍ତାହେ ହେବ ଦୈନିକ ସୁସ୍ଥ ସଂଖ୍ୟା ଅଧିକ ରହୁଛି । ଦେଶରେ କରୋନା ସଂକ୍ରମିତଙ୍କ ମୋଟ୍ ସଂଖ୍ୟା ୨କୋଟି ୬୨ଲକ୍ଷ ୮୯ହଜାରକୁ ବୃଦ୍ଧି ପାଇଛି । ଆରୋଗ୍ୟଙ୍କ ସଂଖ୍ୟା ରହିଛି ୨କୋଟି ୩୦ଲକ୍ଷ ୭୦ ହଜାରରୁ ଅଧିକ । ଅର୍ଥାତ ଦେଶରେ ସୁସ୍ଥହାର ରହିଛି ପାଖାପାଖି ୮୮ ପ୍ରତିଶତ ।
୪ ହଜାର ଉପରେ ମୃତ୍ୟୁସଂଖ୍ୟା
ଦୈନିକ ସଂକ୍ରମିତଙ୍କ ସଂଖ୍ୟା କମିଥିଲେ ବି ମୃତ୍ୟୁସଂଖ୍ୟାରେ ଲାଗି ପାରୁନି ବ୍ରେକ । ୩ଲକ୍ଷ ମୁହାଁ ହେଲାଣି ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ଆଉ ୪ ହଜାର ୧୯୪ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨ଲକ୍ଷ ୯୫ହଜାର ୫୨୫କୁ ବୃଦ୍ଧି ପାଇଛି । ଏବେ ଦେଶରେ ୨୯ଲକ୍ଷ ୨୩ହଜାର ୪୦୦ ଆକ୍ଟିଭ୍ କେସ୍ ରହିଛି ।
BREAKING NEWS
- ସାମୀଙ୍କ ବଡ଼ ବୟାନ: ଟିମ୍ ଇଣ୍ଡିଆରେ ଚୟନ ନହେବା ମୋ ପାଇଁ କୌଣସି କ୍ଷତି ନୁହେଁ
- ଅଭିଜିତ୍ ଦୀପକେଙ୍କ ଜେଜେ ମା’ଙ୍କ ଦେହାନ୍ତ, ଏଭଳି କହିଲା ଦିଲ୍ଲୀ ପୋଲିସ…
- CJP Delhi protest: କକ୍ରୋଚ ପ୍ରତିବାଦରେ ସାମିଲ ଓକିଲ ଅଟକ, CJI କହିଲେ…
- ମା’ ସମଲେଶ୍ୱରୀଙ୍କ ଦୁର୍ଲଭ ଧବଳମୁଖୀ ବେଶ; ଜାଣନ୍ତୁ ମହତ୍ତ୍ବ
- ନିର୍ବାଚନ ପୂର୍ବରୁ ଦୁଇ ଅଣଛାତ୍ର ଗୋଷ୍ଠୀ ମଧ୍ୟରେ ଛୁରାମାଡ଼
- ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ଉପରେ ଆକ୍ରମଣ ଘଟଣାରେ NIA ପକ୍ଷରୁ UAPA ଓ ଆଣ୍ଟି-ହାଇଜାକିଂ ଆଇନରେ ମାମଲା ରୁଜୁ
- ସୁନ୍ଦରଗଡ଼ ମୃତ୍ତିକା ସଂରକ୍ଷଣ ଉପ-ନିର୍ଦ୍ଦେଶକଙ୍କ ପାଖରେ କୋଟିକୋଟି ସମ୍ପତି, ଗିରଫ କଲା ଭିଜିଲାନ୍ସ
- ମୁକେଶ ଅମ୍ବାନୀଙ୍କୁ କାହିଁକି ‘ପ୍ରଧାନମନ୍ତ୍ରୀ’ କହିଲେ ଏଲନ ମସ୍କ…
- CJPର ଆନ୍ଦୋଳନ ପୂର୍ବରୁ ବିମାନରୁ ଅଭିଜିତଙ୍କୁ ଟେକିନେଲା ପୋଲିସ
- ଶକ୍ତିଶାଳୀ ଭୂକମ୍ପରେ ଥରିଲା ପାନାମା; ସୁନାମି ଆଲର୍ଟ ଜାରି…

Comments are closed.