ନୂଆଦିଲ୍ଲୀ: ଦେଶରେ ବଢୁଛି କରୋନା ସଂକ୍ରମଣ । କିନ୍ତୁ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ତିନି ଲକ୍ଷ ତଳେ ରହିଛି । କିନ୍ତୁ ପ୍ରତିଦିନ ଆକ୍ରାନ୍ତଙ୍କ ଅପେକ୍ଷା ଅଧିକ ସୁସ୍ଥ ହେଉଛନ୍ତି । ଗତ ୨୪ ଘଣ୍ଟାରେ ଦେଶରେ ୨୦ଲକ୍ଷ ୬୬ ହଜାର କୋଭିଡ୍ ଟେଷ୍ଟ ହୋଇଛି । ଚିହ୍ନଟ ହୋଇଛନ୍ତି ୨ଲକ୍ଷ ୫୭ହଜାର ୨୯୯ ନୂଆ ସଂକ୍ରମିତ । ଏହି ସମୟରେ ସୁସ୍ଥ ହୋଇଛନ୍ତି ୩ଲକ୍ଷ ୫୭ହଜାର ୬୩୦ ଆକ୍ରାନ୍ତ । ଅର୍ଥାତ ସଂକ୍ରମିତଙ୍କ ଅପେକ୍ଷା ସୁସ୍ଥ ସଂଖ୍ୟା ଲକ୍ଷେ ଅଧିକ ।
ଦେଶରେ ସୁସ୍ଥହାର ୮୮%
ଗତ ସପ୍ତାହେ ହେବ ଦୈନିକ ସୁସ୍ଥ ସଂଖ୍ୟା ଅଧିକ ରହୁଛି । ଦେଶରେ କରୋନା ସଂକ୍ରମିତଙ୍କ ମୋଟ୍ ସଂଖ୍ୟା ୨କୋଟି ୬୨ଲକ୍ଷ ୮୯ହଜାରକୁ ବୃଦ୍ଧି ପାଇଛି । ଆରୋଗ୍ୟଙ୍କ ସଂଖ୍ୟା ରହିଛି ୨କୋଟି ୩୦ଲକ୍ଷ ୭୦ ହଜାରରୁ ଅଧିକ । ଅର୍ଥାତ ଦେଶରେ ସୁସ୍ଥହାର ରହିଛି ପାଖାପାଖି ୮୮ ପ୍ରତିଶତ ।
୪ ହଜାର ଉପରେ ମୃତ୍ୟୁସଂଖ୍ୟା
ଦୈନିକ ସଂକ୍ରମିତଙ୍କ ସଂଖ୍ୟା କମିଥିଲେ ବି ମୃତ୍ୟୁସଂଖ୍ୟାରେ ଲାଗି ପାରୁନି ବ୍ରେକ । ୩ଲକ୍ଷ ମୁହାଁ ହେଲାଣି ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ଆଉ ୪ ହଜାର ୧୯୪ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨ଲକ୍ଷ ୯୫ହଜାର ୫୨୫କୁ ବୃଦ୍ଧି ପାଇଛି । ଏବେ ଦେଶରେ ୨୯ଲକ୍ଷ ୨୩ହଜାର ୪୦୦ ଆକ୍ଟିଭ୍ କେସ୍ ରହିଛି ।
BREAKING NEWS
- ୟଶ ଅଭିନୀତ ଟକ୍ସିକ ଫିଲ୍ମରୁ ଓହରିଲେ କରୀନା
- ପୁରୀରେ ନାମାଙ୍କନ ଭରିଲେ ହେଭିଓ୍ବେଟ୍ ନେତା
- ବିଶାଳ ଶୋଭାଯାତ୍ରାରେ ଆସି ନାମାଙ୍କନ ପତ୍ର ଦାଖଲ କଲେ ବାସନ୍ତୀ ହେମ୍ବ୍ରମ
- ଆଇସିସି ର୍ୟାଙ୍କିଙ୍ଗ: ଦିନିକିଆ, ଟି୨୦ରେ ଭାରତ ନମ୍ବର ୱାନ
- ଦିନକ ପରେ ପୁଣି ଫେରିଲା ତାତି, ୪୧ ଟପିଲା ତାପମାତ୍ରା
- ସାଧାରଣ ନିର୍ବାଚନ ୨୦୨୪: ବରଗଡରେ ନାମାଙ୍କନ ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ନିପନ ଦାସ ଓ ସ୍ୱାଧୀନ ପ୍ରାର୍ଥୀ ନନ୍ଦନ ମହାନନ୍ଦ
- ଜିଏସଟି ଆକ୍ଟ ; କେନ୍ଦ୍ରକୁ ଡାଟା ମାଗିଲେ ସୁପ୍ରିମକୋର୍ଟ
- ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବସ୍ ଦୁର୍ଘଟଣାଗ୍ରସ୍ତ, ୧୭ ଜଣ ଯବାନ ଆହତ
- ୨୪ ଘଣ୍ଟାର ବ୍ରେକ୍ ପରେ ବଢିଲା ତାପମାତ୍ରା, ପୁଣି ୪୦ ଡିଗ୍ରୀ ଡେଇଁଲା ରାଜଧାନୀ ତାତି
- ଖାରବେଳ ସ୍ୱାଇଁଙ୍କ ଘୋଷଣା; ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ