ରାଜ୍ୟରୁ ୧୧ ହଜାର ୧୦୮ ସଂକ୍ରମିତ ଚିହ୍ନଟ, ଲୋକାଲ କେସ୍ ରହିଛି ୪୮୮୯

ଭୁବନେଶ୍ୱର: ଦିନକରେ ଓଡ଼ିଶାରୁ ଚିହ୍ନଟ ହୋଇଛନ୍ତି ୧୧ ହଜାର ୧୦୮ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୬୨୧୯ ଜଣ ଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୪୮୮୯ଟି।

ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ। ଖୋର୍ଦ୍ଧାରୁ ସର୍ବାଧିକ ୧୪୫୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

 

ଉଲ୍ଲେଖଯୋଗ୍ୟ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୬ ଲକ୍ଷ ୭୯ ହଜାର ୫୩୦କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଛନ୍ତି ୫ ଲକ୍ଷ ୬୭ ହଜାର ୩୮୨ ସଂକ୍ରମିତ । ଏବେ ରାଜ୍ୟରେ ୧,୦୯,୬୩୯ଟି କରୋନା ଆକ୍ଟିଭ୍ କେସ୍ ରହିଛି ।