Latest Odisha News

BREAKING NEWS

ଜମ୍ମୁ-କାଶ୍ମୀରରେ ବାୟୁସେନାର ମିଗ୍ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ୍ ମୃତ

ନୂଆଦିଲ୍ଲୀ : ଜମ୍ମୁ-କାଶ୍ମୀର ସ୍ଥିତ ବଡଗାମ୍ ଜିଲ୍ଲାରେ ବୁଧବାର ଦିନ ଭାରତୀୟ ବାୟୁସେନାର ମିଗ୍ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି ।

ଏହି ଦୁର୍ଘଟଣା ଫଳରେ ୨ ଜଣ ପାଇଲଟଙ୍କ ମୃତ୍ୟୁ ଘଟିଥିବାବେଳେ ଏଯାବତ୍ ସେମାନଙ୍କ ପରିଚୟ ମିଳିପାରିନାହିଁ ।

ପ୍ରାପ୍ତ ସୂଚନାନୁଯାୟୀ ଆଜି ସକାଳ ପ୍ରାୟ ୧୦ଟା ୦୫ ମିନିଟରେ ବଡଗାମର ଗାରେଣ୍ଡ କଲାନ୍ ଗ୍ରାମରେ ଏକ ଖୋଲାସ୍ଥାନରେ ଦେଇ ବିମାନଟି ଯାଉଥିବାବେଳେ କୌଣସି କାରଣବଶତଃ ଦୁର୍ଘଟଣାଗସ୍ତ ହୋଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ବିମାନରେ ନିଆଁ ଲାଗିଯାଇଥିଲା ।

ସମ୍ପୃକ୍ତ ଅଞ୍ଚଳରେ ବ୍ୟାବସାୟିକ ବିମାନ ଚଳାଚଳ ବନ୍ଦ ରଖାଯାଇଛି । ଖାସକରି ଶ୍ରୀନଗର ଅଭିମୁଖେ ଉଡାଣ କରୁଥିବା କେତେକ ବାଣିଜ୍ୟିକ ବିମାନ ଉଡାଣ ଚଳାଚଳ ବନ୍ଦ କରାଯାଇଥିବା ରିପୋର୍ଟରୁ ପ୍ରକାଶ ।

Leave A Reply

Your email address will not be published.