Latest Odisha News

BREAKING NEWS

କମ୍ ଟେଷ୍ଟ ଖେଳିବା ନେଇ ମୁହଁ ଖୋଲିଲେ ଯୁବରାଜ

ନୂଆଦିଲ୍ଲୀ: କେହି କେବେ ବି ବିଶ୍ୱାସ କରିବେ ନାହିଁ ଯେ, ଟି୨୦ ବିଶ୍ୱକପ ଏବଂ ଦିନିକିଆ ବିଶ୍ୱକପରେ ସବୁଠାରୁ ଭଲ ପ୍ରଦର୍ଶନ କରିଥିବା ଯୁବରାଜ ସିଂଙ୍କୁ ଟେଷ୍ଟ କ୍ରିକେଟ ଖେଳିବା ପାଇଁ ପର୍ଯ୍ୟାପ୍ତ ସୁଯୋଗ ମିଳି ନ ଥିଲା । ଦୀର୍ଘ ଦିନ ପରେ ଭାରତର ଏହି ପୂର୍ବତନ ଷ୍ଟାର ଖେଳାଳି ମୁହଁ ଖୋଲିଛନ୍ତି । ସେ ସେ ସମୟରେ ଟିମ ମ୍ୟାନେଜମେଂଟ ଓ ଚୟନ କମିଟିକୁ ଦାୟୀ କରିଛନ୍ତି ।

ସେ ସମାଲୋଚନା କରି ଲେଖିଛନ୍ତି ବୋଧହୁଏ ଆର ଜନ୍ମରେ ୭ ବର୍ଷ ପାଇଁ ଦ୍ୱାଦଶ ଖେଳାଳି ହୋଇ ରହିବି ନାହିଁ । ଯୁବରାଜ ସମୁଦାୟ ୪୦ଟି ଅନ୍ତର୍ଜାତୀୟ ଟେଷ୍ଟ ଖେଳିଛନ୍ତି । ସେ ୩୩.୯୨ ଆଭରେଜରେ ୩ ଶତକ ଏବଂ ୧୧ ଅର୍ଦ୍ଧଶତକ ସହାୟତାରେ ୧୯୦୦ ରନ କରିଛନ୍ତି ।

Leave A Reply

Your email address will not be published.