Latest Odisha News

BREAKING NEWS

୨୪ ଘଣ୍ଟାରେ ବାତ୍ୟା ‘ୟଶ’ର ରୂପ ନେବ ଲଘୁଚାପ, ଏବେ ବଙ୍ଗୋପସାଗରରେ ଗୋଟାଉଛି ବଳ

ଭୁବନେଶ୍ୱର: ପୂର୍ବକେନ୍ଦ୍ର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇ ଆଜି ଅବପାତର ରୂପ ନେବ । ପରବର୍ତ୍ତୀ ୨୪ ଘଣ୍ଟା ଅର୍ଥାତ୍ ଆସନ୍ତାକାଲି ସୁଦ୍ଧା ଏହା ବାତ୍ୟାରେ ପରିଣତ ହେବା ଆଶଙ୍କା ରହିଛି । ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରି ୨୫ ତାରିଖ ବେଳକୁ ଅତି ଭୟଙ୍କର ବାତ୍ୟାର ରୂପ ନେବ । ୨୬ ତାରିଖ ସକାଳେ ବାତ୍ୟା ଉତ୍ତର ବଙ୍ଗୋପସାଗରର ଉତ୍ତର ଓଡ଼ିଶା ଓ ବାଂଲାଦେଶ ଉପକୂଳରେ ପହଞ୍ଚିବ । ସେହିଦିନ ସନ୍ଧ୍ୟାରେ ପଶ୍ଚିମବଙ୍ଗ ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ଓ ବାଂଲାଦେଶ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି ।

ପ୍ରଭାବରେ ୨୩ ତାରିଖ ସକାଳୁ ପବନର ବେଗ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ବହିବ । ୨୪ ଓ ୨୫ ତାରିଖ ବେଳକୁ ପବନର ବେଗ ଆହୁରି ବଢ଼ିବ । ଆଜି ଏନେଇ ସ୍ପଷ୍ଟ ଚିତ୍ର ଆସିବ । ୨୬ ମଧ୍ୟାହ୍ନରେ ପବନର ବେଗ ଘଣ୍ଟାପ୍ରତି ୯୦ରୁ ୧୦୦ କିଲୋମିଟର ରହିବ । ସମୁଦ୍ର ଅଶାନ୍ତ ରହୁଥିବାରୁ ଆଜିଠାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ୨୭ ତାରିଖ ଯାଏ ବାରଣ କରାଯାଇଛି । ବାତ୍ୟା ପ୍ରଭାବରେ ଉପକୂଳ ଓଡ଼ିଶାରେ ୨୫ ତାରିଖରୁ ପ୍ରବଳ ବର୍ଷା ହେବ ।

Leave A Reply

Your email address will not be published.